
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- ଆନ୍ତର୍ଜାତୀୟ ବ୍ରୋକରେଜ୍ ଫାର୍ମ ଗୋଲ୍ଡମ୍ୟାନ୍ ସାକ୍ସ ଭାରତର ରେଟିଂକୁ ବଢାଇ ଓଭରୱେଟ କରିଛି । ଏହି ଫାର୍ମ ୨୦୨୬ ଶେଷ ସୁଦ୍ଧା ନିଫ୍ଟିକୁ ୨୯,୦୦୦ରେ ପହଂଚାଇବା ପାଇଁ ଲକ୍ଷ୍ୟ ମଧ୍ୟ ରଖିଛି । ତେର ମାସ ପୂର୍ବେ, ଅକ୍ଟୋବର ୨୦୨୪ରେ, ଗୋଲ୍ଡମ୍ୟାନ୍ ସାକ୍ସ ଭାରତର ରେଟିଂକୁ ହ୍ରାସ କରି ନ୍ୟୁଟ୍ରଲ କରିଥିଲା । ଏହା ବ୍ୟତୀତ, ଘରୋଇ ଷ୍ଟକ୍ ବଜାରର ଉଚ୍ଚ ମୂଲ୍ୟାଙ୍କନ ଯୋଗୁଁ, ଏହା ୨୦୨୬ ଶେଷ ସୁଦ୍ଧା ନିଫ୍ଟିର ଲକ୍ଷ୍ୟକୁ ୨୭,୫୦୦ ରୁ ୨୭,୦୦୦କୁ ହ୍ରାସ କରିଥିଲା ।
ତେର ମାସ ପରେ, ବ୍ରୋକରେଜ୍ ଫାର୍ମ ଭାରତର ରେଟିଂକୁ ଉନ୍ନତ କରିଛି ଏବଂ ୨୦୨୬ ଶେଷ ପାଇଁ ନିଫ୍ଟି ଲକ୍ଷ୍ୟକୁ ବର୍ତମାନର ସ୍ତରରୁ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି କରି ୨୯,୦୦୦ କରିଛି । ଗୋଲ୍ଡମ୍ୟାନ୍ ସାକ୍ସ କହିଛି ଯେ, ଭାରତୀୟ ଷ୍ଟକ୍ ବଜାରରେ ମୂଲ୍ୟାଙ୍କନ ଏବେ ଆକର୍ଷଣୀୟ ସ୍ତରରେ ପହଂଚିଛି । ଏହା ସହିତ, ଦେଶର ମୁଦ୍ରା ଏବଂ ଅର୍ଥନୈତିକ ନୀତି ଭାରତର ଅଭିବୃଦ୍ଧି ଗତିକୁ ସମର୍ଥନ ଏବଂ ମଜବୁତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ