13ରେ ଆଗ୍ରା ଆସିବେ ମହିଳା କ୍ରିକେଟ ବିଶ୍ୱ କପ ବିଜେତା ଟିମର ସଦସ୍ୟ ଦୀପ୍ତି ଶର୍ମା, ଐତିହାସିକ ରୋଡ୍ ସୋ ପାଇଁ ପ୍ରସ୍ତୁତି
ଆଗ୍ରା, 10 ନଭେମ୍ବର (ହି.ସ.)- ମହିଳା କ୍ରିକେଟ୍ ବିଶ୍ୱକପ୍‌ରେ ବିଜେତା ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ସଦସ୍ୟ ଏବଂ “ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ” ଦୀପ୍ତି ଶର୍ମା ୧୩ ନଭେମ୍ବରରେ ତାଙ୍କ ଘର ଆଗ୍ରା ଆସୁଛନ୍ତି। ଟିମ୍‌ର ବିଶ୍ୱକପ୍ ବିଜୟ ପରେ ପ୍ରଥମ ଥର ପାଇଁ ତାଙ୍କ ଆଗ୍ରା ଆଗ
13ରେ ଆଗ୍ରା ଆସିବେ ମହିଳା     କ୍ରିକେଟ ବିଶ୍ୱ କପ ବିଜେତା ଟିମର ସଦସ୍ୟ ଦୀପ୍ତି ଶର୍ମା, ଐତିହାସିକ ରୋଡ୍ ସୋ ପାଇଁ ପ୍ରସ୍ତୁତି


ଆଗ୍ରା, 10 ନଭେମ୍ବର (ହି.ସ.)- ମହିଳା କ୍ରିକେଟ୍

ବିଶ୍ୱକପ୍‌ରେ ବିଜେତା ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ସଦସ୍ୟ ଏବଂ “ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ” ଦୀପ୍ତି ଶର୍ମା ୧୩ ନଭେମ୍ବରରେ ତାଙ୍କ ଘର ଆଗ୍ରା ଆସୁଛନ୍ତି। ଟିମ୍‌ର ବିଶ୍ୱକପ୍ ବିଜୟ ପରେ

ପ୍ରଥମ ଥର ପାଇଁ ତାଙ୍କ ଆଗ୍ରା ଆଗମନ ଉପଲକ୍ଷେ ଜୋରଦାର ସ୍ଵାଗତ ପ୍ରସ୍ତୁତି ଚାଲିଛି। ଏହି

ଅବସରରେ ଏକ ଐତିହାସିକ ରୋଡ୍ ଶୋ ଆୟୋଜନ କରାଯିବ।

ଉତ୍ତର ପ୍ରଦେଶ ସରକାରର

କ୍ୟାବିନେଟ୍ ମନ୍ତ୍ରୀ ବେବୀ ରାଣୀ ମୌର୍ଯ୍ୟ ରବିବାର ବିଳମ୍ବିତ ସନ୍ଧ୍ୟାରେ ଦୀପ୍ତି ଶର୍ମାଙ୍କ

ଅବଧପୁରୀ ସ୍ଥିତ ଘରେ ପହଞ୍ଚି, ତାଙ୍କ ପିତା ଶ୍ରୀଭଗବାନ୍

ଶର୍ମା, ମା' ସୁଶୀଳା ଶର୍ମା ଓ

ପରିବାରଜନଙ୍କ ସହିତ ଭେଟି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ସହ ଜିଲ୍ଲା କ୍ରିକେଟ୍

ଆସୋସିଏସନ୍ ଅଫ୍ ଆଗ୍ରା (ଡିସିଏଏ)ର ଅଧ୍ୟକ୍ଷ ଏବଂ ୟୁପିସିଏର ଏପେକ୍ସ କାଉନସିଲ୍ ସଦସ୍ୟ ସୁନୀଲ

ଜୋଶନ, ୟୁପିସିଏର କ୍ରିକେଟ୍ ଡିଭେଲପମେଣ୍ଟ କମିଟି ସଦସ୍ୟ ଅନୀସ ରାଜପୁତ, ଡିସିଏଏର ଉପାଧ୍ୟକ୍ଷ ରାଜେଶ ସେହଗଲ, ଡିସିଏଏ ସଦସ୍ୟ ରାଜୀବ ଭାସନ ଆଦି ମଧ୍ୟ ଦୀପ୍ତି ଶର୍ମାଙ୍କ ପରିବାର

ସହିତ ଭେଟିଥିଲେ। ଦୀପ୍ତି ଶର୍ମାଙ୍କ ଭାଇ ସୁମିତ ଶର୍ମା କହିଛନ୍ତି ଯେ, ଦୀପ୍ତି ୧୩ ନଭେମ୍ବରରେ ନୋଏଡାରୁ ଆଗ୍ରାରେ ପହଞ୍ଚିବେ। ତାଙ୍କ

ସ୍ଵାଗତ ପାଇଁ ଘର ରଙ୍ଗ କାମ ଚାଲିଛି। ଘରକୁ ମଧ୍ୟ ବିବିଧ ରଙ୍ଗର ଆଲୋକରେ ସଜାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande