ନଭେମ୍ବର 16ରେ ତିନି ଦିବସୀୟ କାଶୀ ଶବ୍ଦୋତ୍ସବର ଉଦଘାଟନ କରିବେ ସଂଘ ପ୍ରଚାରକ ସୁନୀଲ ଆମ୍ବେକର
ବାରଣାସୀ, 10 ନଭେମ୍ବର (ହି.ସ.) କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ଏବଂ ବିଶ୍ୱ ସଂବାଦ କେନ୍ଦ୍ର (କାଶୀ) ର ମିଳିତ ଉଦ୍ୟମରେ ତିନିଦିନିଆ “କାଶୀ ଶବ୍ଦୋତ୍ସବ 2025” ଆସନ୍ତା 16 ନଭେମ୍ବରରୁ ଆରମ୍ଭ ହେବ। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଵାଧୀନତା ଭବନରେ
ନଭେମ୍ବର 16ରେ ତିନି     ଦିବସୀୟ କାଶୀ ଶବ୍ଦୋତ୍ସବର ଉଦଘାଟନ କରିବେ ସଂଘ ପ୍ରଚାରକ ସୁନୀଲ ଆମ୍ବେକର


ବାରଣାସୀ, 10 ନଭେମ୍ବର (ହି.ସ.) କାଶୀ ହିନ୍ଦୁ

ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ଏବଂ ବିଶ୍ୱ ସଂବାଦ କେନ୍ଦ୍ର (କାଶୀ) ର ମିଳିତ ଉଦ୍ୟମରେ

ତିନିଦିନିଆ “କାଶୀ ଶବ୍ଦୋତ୍ସବ 2025” ଆସନ୍ତା

16 ନଭେମ୍ବରରୁ ଆରମ୍ଭ ହେବ। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ଵାଧୀନତା ଭବନରେ ଆୟୋଜିତ ଏହି

କାର୍ଯ୍ୟକ୍ରମର ଉଦ୍ଘାଟନ ମୁଖ୍ୟ ଅତିଥି, ରାଷ୍ଟ୍ରୀୟ

ସ୍ୱୟଂସେବକ ସଂଘର ଅଖିଲ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କରିବେ।

ଏହି ସୂଚନା ଦେଇ ସୋମବାର

ଡାକ୍ଟର ଶୈଳେଶ କୁମାର ମିଶ୍ର କହିଛନ୍ତି ଯେ, କାଶୀ

ଶବ୍ଦୋତ୍ସବ 16 ରୁ 18 ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥିରେ 16 ନଭେମ୍ବରରେ ଉଦ୍ଘାଟନ ଅଧିବେଶନ

ପରେ ପ୍ରଥମ ଅଧିବେଶନରେ “ଭାରତୀୟ ସମାଜ ଦର୍ଶନ” ବିଷୟ ଉପରେ ଚର୍ଚ୍ଚା ହେବ।

ସେ କହିଛନ୍ତି ଯେ, ଉଦ୍ଘାଟନ ଅଧିବେଶନ ସକାଳ 11ଟାରୁ ଆରମ୍ଭ ହୋଇ ଦ୍ୱିପ୍ରହର 1ଟା

ପର୍ଯ୍ୟନ୍ତ ଚାଲିବ ଏବଂ ସାହିତ୍ୟ ଜଗତ ଓ ଶିକ୍ଷା କ୍ଷେତ୍ରର ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତି

ରହିବେ।

କାଶୀ ଶବ୍ଦୋତ୍ସବ 2025

କାର୍ଯ୍ୟକ୍ରମ ପାଇଁ ବିଶ୍ୱ ସଂବାଦ କେନ୍ଦ୍ର ତରଫରୁ ଡା. ହରେନ୍ଦ୍ର କୁମାର ରାୟଙ୍କୁ

କାର୍ଯ୍ୟକ୍ରମ ସଂଯୋଜକ ଭାବେ ଏବଂ ତାଙ୍କ ସହଯୋଗୀ ଭାବରେ ଡା. ଅମ୍ବରୀଷ ରାୟ, ଡା. ଶୈଳେଶ କୁମାର ମିଶ୍ର, ଡା.

ଓମପ୍ରକାଶ ସିଂହ ଓ ଡା. ସଦାଶିବ ଦ୍ୱିବେଦୀଙ୍କୁ ସହ-ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande