କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ପାଇଁ ଅର୍ଥନୀତିଜ୍ଞଙ୍କ ସହିତ ସୀତାରମଣଙ୍କ ପ୍ରଥମ ପ୍ରାକ୍‌-ବଜେଟ୍ ପରାମର୍ଶ ବୈଠକ
ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆଗାମୀ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ସମ୍ପର୍କରେ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ପ୍ରଥମ ପ୍ରାକ୍‌-ବଜେଟ୍ ପରାମର୍ଶ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବଜେଟ୍ ଫେବୃଆରୀ ୧ ତାରିଖରେ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ପାଇଁ ଅର୍ଥନୀତିଜ୍ଞଙ୍କ ସହିତ ସୀତାରମଣଙ୍କ ପ୍ରଥମ ପ୍ରାକ୍‌-ବଜେଟ୍ ପରାମର୍ଶ ବୈଠକ


ନୂଆଦିଲ୍ଲୀ, ୧୦ ନଭେମ୍ବର (ହି.ସ.)- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆଗାମୀ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ସମ୍ପର୍କରେ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ପ୍ରଥମ ପ୍ରାକ୍‌-ବଜେଟ୍ ପରାମର୍ଶ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବଜେଟ୍ ଫେବୃଆରୀ ୧ ତାରିଖରେ ସଂସଦରେ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି । ତଥାପି, ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ବାକି ଅଛି ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ଏକ୍ସ ପୋଷ୍ଟରେ ଜାରି ଏକ ବିବୃତିରେ କହିଛି ଯେ, କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥନୈତିକ ବ୍ୟାପାର ବିଭାଗ (ଡିଇଏ) ସଚିବ ଏବଂ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଡଃ. ବି. ଅନନ୍ତ ନାଗେଶ୍ୱରନଙ୍କ ବ୍ୟତୀତ ଡିଇଏ ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ପ୍ରାକ୍‌-ବଜେଟ୍ ପରାମର୍ଶ, ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା କେନ୍ଦ୍ର ବଜେଟ୍ ଚୂଡ଼ାନ୍ତ କରିବା ପୂର୍ବରୁ ସରକାରଙ୍କୁ ବିଭିନ୍ନ କ୍ଷେତ୍ରର ଅଂଶୀଦାରମାନଙ୍କ ଠାରୁ ବିବିଧ ମତାମତ ପାଇବାର ସୁଯୋଗ ପ୍ରଦାନ କରେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande