
ଫରିଦାବାଦ, 10 ନଭେମ୍ବର (ହି.ସ.)- ହରିୟାଣାର
ଫରିଦାବାଦ ଜିଲ୍ଲାର ଧୌଜ ଗାଁରୁ ଦିଲ୍ଲୀ, ହରିୟାଣା
ଏବଂ ଜମ୍ମୁ-କଶ୍ମୀର ପୋଲିସର ମିଳିତ ଅଭିଯାନରେ ଡା. ମୁଜମ୍ମିଲ୍ ନାମକ ଜଣେ ଆତଙ୍କବାଦୀଙ୍କୁ
ଗିରଫ କରାଯାଇଛି ଏବଂ ତା ନିକଟରୁ ବହୁ ପରିମାଣର ବିସ୍ଫୋରକ ଏବଂ ଅସ୍ତ୍ର ଜବତ କରାଯାଇଛି।
ପୋଲିସ କମିଶନର
ସତ୍ୟେନ୍ଦ୍ର କୁମାର ଗୁପ୍ତା ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆତଙ୍କବାଦୀ ଡା. ମୁଜମ୍ମିଲ୍ ଫରିଦାବାଦର ଧୌଜ ଗାଁସ୍ଥିତ ଅଲଫଲାହ
ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଥିଲେ। ଏହି ଆତଙ୍କବାଦୀକୁ ୧୦ ଦିନ ପୂର୍ବରୁ ଗିରଫ କରାଯାଇଥିଲା।
ତାକୁ ପଚାରାପଚାରି ପରେ ସେ
ନେଇଥିବା ଭଡା ଘରେ ପହଂଚିଥିଲା, ସେଠାରୁ ୩୬୦ କିଲୋଗ୍ରାମ
ରସାୟନିକ ପଦାର୍ଥ ଜବତ କରିଛି, ଯାହାକୁ ଅମୋନିୟମ ନାଇଟ୍ରେଟ୍
ବୋଲି କୁହାଯାଉଛି।
ଏହା ସହ ଗୋଟିଏ କାନନକାପ
ରାଇଫଲ୍, ପାଞ୍ଚଟି ମ୍ୟାଗାଜିନ୍, ଗୋଟିଏ
ପିଷ୍ଟଲ୍ ଏବଂ ବହୁ ପରିମାଣର ଗୋଳାବାରୁଦ ମଧ୍ୟ ଜବତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା