
ନୂଆଦିଲ୍ଲୀ 12ନଭେମ୍ବର (ହି.ସ)-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଭୁଟାନ ଦୁଇ ଦିନିଆ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଶକ୍ତି, ନବୀକରଣୀୟ ସମ୍ପଦ, ସ୍ୱାସ୍ଥ୍ୟ ଏବଂ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଇ
ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରିଛନ୍ତି। ଗସ୍ତ ସମୟରେପ୍ରଧାନମନ୍ତ୍ରୀ
ମୋଦୀ ଏବଂ ଭୁଟାନ ରାଜା ଜିଗ୍ମେ ଖେସର ନାମଗ୍ୟେଲ ୱାଙ୍ଗଚୁକ 1020 ମେଗାୱାଟ ପୁନାତସାଂଗଛୁଦୁଇଟି ଜଳ
ବିଦ୍ୟୁତପ୍ରକଳ୍ପର ମିଳିତ ଭାବରେ ଉଦଘାଟନ କରିଛନ୍ତି। ମୋଦୀ ଭୁଟାନର 13ତମ ପଞ୍ଚବାର୍ଷିକ
ଯୋଜନା ଏବଂ ଗେଲଫୁ ମାଇଣ୍ଡଫୁଲନେସ ସିଟି
ପ୍ରକଳ୍ପ ପାଇଁ ଭାରତର ପୂର୍ଣ୍ଣ ସମର୍ଥନ ଘୋଷଣା କରିଛନ୍ତି ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁଟାନର ରାଜା ଜିଗ୍ମେ ଖେସର ନାମଗ୍ୟେଲ ୱାଙ୍ଗଚୁକ ନିମନ୍ତ୍ରଣରେ
11 ଏବଂ 12 ନଭେମ୍ବର ରେ ଦୁଇ ଦିନିଆ ଭୁଟାନ
ଗସ୍ତରେ ଅଛନ୍ତି। ସେ ଭୂଟାନର ଲୋକଙ୍କ ସହିତ ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁକ 70ତମ ଜନ୍ମଦିନ ପାଳନ
କରିବାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଥିମ୍ପୁରେ ଚାଲିଥିବା ବିଶ୍ୱ ଶାନ୍ତି
ପ୍ରାର୍ଥନା ମହୋତ୍ସବରେ ଯୋଗ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା