ମୁମ୍ବାଇରେ ତସ୍କରୀ ସିଣ୍ଡିକେଟ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ୧୧.୮୮ କିଲୋଗ୍ରାମ ସୁନା ଜବତ, ମାଷ୍ଟରମାଇଣ୍ଡ ସହିତ ୧୧ ଗିରଫ
ନୂଆଦିଲ୍ଲୀ, ୧୨ ନଭେମ୍ବର(ହି.ସ.) – ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଅପରେଶନ ବୁଲିୟନ ବ୍ଲେଜ୍‌ରେ ସୁନା ଚାଲାଣର ବଡ଼ ସିଣ୍ଡିକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି। ଏହି ଅପରେଶନରେ ଡିଆର୍‌ଆଇ ମୁମ୍ବାଇରେ ସୁନା ଚାଲାଣ ଏବଂ ଏହାକୁ ତରଳାଇବାର ବଡ଼ ସିଣ୍ଡିକେଟ୍‌କୁ ନାକାମ କରି ୧୧.୮୮ କିଲୋ
ମୁମ୍ବାଇରେ ତସ୍କରୀ ସିଣ୍ଡିକେଟ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ୧୧.୮୮ କିଲୋଗ୍ରାମ ସୁନା ଜବତ, ମାଷ୍ଟରମାଇଣ୍ଡ ସହିତ ୧୧ ଗିରଫ


ନୂଆଦିଲ୍ଲୀ, ୧୨ ନଭେମ୍ବର(ହି.ସ.) – ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଅପରେଶନ ବୁଲିୟନ ବ୍ଲେଜ୍‌ରେ ସୁନା ଚାଲାଣର ବଡ଼ ସିଣ୍ଡିକେଟ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି। ଏହି ଅପରେଶନରେ ଡିଆର୍‌ଆଇ ମୁମ୍ବାଇରେ ସୁନା ଚାଲାଣ ଏବଂ ଏହାକୁ ତରଳାଇବାର ବଡ଼ ସିଣ୍ଡିକେଟ୍‌କୁ ନାକାମ କରି ୧୧.୮୮ କିଲୋଗ୍ରାମ ସୁନା ଜବତ କରିବା ସହିତ ମାଷ୍ଟର ମାଇଣ୍ଡ ସହିତ ୧୧ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅର୍ଥ ମନ୍ତ୍ରାଳୟ ବୁଧବାର ଦିନ ଜାରି ବୟାନରେ କହିଛି ଯେ ଏହି ଅଭିଯାନରେ ଏକ ସଂଗଠିତ ଦଳର ପର୍ଦ୍ଦାଫାଶ ହୋଇଛି, ଯେଉଁମାନେ ଭାରତରେ ସୁନା ଚାଲାଣ, ଏହାକୁ ଗୁପ୍ତ ଭାଟିମାନରେ ତରଳାଇବା ଏବଂ ପରିଷ୍କୃତ ସୁନାକୁ ଅବୈଧ ରୂପେ ଗ୍ରେ ମାର୍କେଟରେ ବିକ୍ରି କରିବାରେ ସାମିଲ ଥିଲା। ଡିଆର୍ ଆଇ ଅଭିଯାନରେ ୧୫.୦୫ କୋଟି ଟଙ୍କା ମୂଲ୍ୟର ୧୧.୮୮ କିଲୋଗ୍ରାମ ୨୪ କ୍ୟାରେଟ୍ ସୁନା ଏବଂ ୧୩.୧୭ ଲକ୍ଷ ଟଙ୍କ ମୂଲ୍ୟର ୮.୭୨ କିଲୋଗ୍ରାମ ରୂପା ସୀମା ଶୁଳ୍କ ଅଧିନିୟମ, ୧୯୬୨ପ୍ରାବଧାନ ଅନୁଯାୟୀ ଜବତ କରିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande