
ଚଣ୍ଡୀଗଡ଼, ୧୨ ନଭେମ୍ବର(ହି.ସ.) – ରେଳ ମନ୍ତ୍ରାଳୟ ଫିରୋଜପୁର-ପଟ୍ଟି ରେଳ ଲିଙ୍କ ପରିଯୋଜନାକୁ ମଞ୍ଜୁରୀ ଦେଇଛି। ଏହି ପରିଯୋଜନା ମୋଟ ୨୫.୭୨ କିଲୋମିଟର ଲମ୍ବା ହେବ ଏବଂ ଏହାର ଆନୁମାନିକ ଖର୍ଚ୍ଚ ୭୬୪.୧୯ କୋଟି ଟଙ୍କା, ଯାହାମଧ୍ୟରୁ ୧୬୬ କୋଟି ଟଙ୍କା ଭୂମି ଅଧିଗ୍ରହଣ ପାଇଁ ନିର୍ଦ୍ଧାରିତ ଅଛି, ଯାହା ରେଲୱେ ଦ୍ୱାରା ବହନ କରାଯିବ।
ରେଳ ରାଜ୍ୟମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ ବୁଧବାର ଦିନ ଏଠାରେ ଏକ ପ୍ରେସ୍ବାର୍ତାରେ ଏହି ସୂଚନା ଦେଇ କହିଛନ୍ତି ଯେ ଏହି ପରିଯୋଜନା ରଣନୀତିକ ଏବଂ ଆର୍ôଥକ ଦୁଇ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଏହାଦ୍ୱାରା ଫିରୋଜପୁର ଏବଂ ଅମୃତସର ମଧ୍ୟରେ ଦୂରତା ୧୯୬ କିଲୋମିଟରୁ ହ୍ରାସ ପାଇ ପ୍ରାୟ ୧୦୦ କିଲୋମିଟର ରହିବ, ଯେତେବେଳେ ଜାମ୍ମୁ-ଫିରୋଜପୁର-ଫାଜିଲ୍କା-ମୁମ୍ବାଇ କରିଡୋରର ଦୂରତା ୨୬୩ କିଲୋମିଟର ହ୍ରାସ ହୋଇଯିବ। ଏହି ପରିଯୋଜନା ମାଲସ୍ୱା ଏବଂ ମାଝା ଅଂଚଳ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ସଂଯୋଗ ହେବ, ଯାହାଦ୍ୱାରା କ୍ଷେତ୍ରୀୟ ସମ୍ପର୍କ ଏବଂ ଲଜିଷ୍ଟିକ୍ ଦକ୍ଷତାରେ ସୁଧାର ହେବ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି