
ନୂଆଦିଲ୍ଲୀ ,୧୨ ନଭେମ୍ବର (ହି.ସ)- ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ଆଜି ମଧ୍ୟ ପ୍ରାୟତଃ ଅପରିବର୍ତ୍ତିତ ରହିଛି। ସକାଳେ ଇଣ୍ଡିଆ ଗେଟ୍
ଏବଂ କର୍ତ୍ତବ୍ୟ ପଥ ଆଖପାଖ ଅଞ୍ଚଳ ବିଷାକ୍ତ କୁହୁଡ଼ିର ଘନ ଚାଦରରେ ଘୋଡ଼ାଇ ହୋଇ ରହିଥିଲା।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଏହି ଅଞ୍ଚଳରେ ବାୟୁ
ଗୁଣବତ୍ତା ସୂଚକାଙ୍କ ୪୦୮ ଥିଲା, ଯାହା ଗମ୍ଭୀର
ବର୍ଗରେ ରହିଛି।ପୂର୍ବରୁ ଦିଲ୍ଲୀରେ ମଙ୍ଗଳବାର ଦିନ, ଦିଲ୍ଲୀର ବାୟୁ
ଗୁଣବତ୍ତା ପ୍ରଥମ ଥର ପାଇଁ ଗମ୍ଭୀର ବର୍ଗରେ ପହଞ୍ଚିଥିଲା। ହାରାହାରି ବାୟୁ ଗୁଣବତ୍ତା
ସୂଚକାଙ୍କ ୪୨୫ ରେକର୍ଡ କରାଯାଇଥିଲା। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ତଥ୍ୟ
ପ୍ରକାଶ କରିଛି। ରାଜଧାନୀରେ ବାୟୁ ଗୁଣବତ୍ତା ଏହି ସ୍ତରକୁ ପହଞ୍ଚିବା ପାଇଁ ସ୍ଥିର ପାଗ
ପରିସ୍ଥିତି ଏବଂ ସ୍ଥାନୀୟ ନିର୍ଗମନ ଦାୟୀ ବୋଲି ବିଶ୍ୱାସ କରାଯାଉଛି। ବୋର୍ଡ ଅନୁଯାୟୀ, ଗତ ବର୍ଷ ଡିସେମ୍ବରରେ ଦିଲ୍ଲୀର ବାୟୁ ଗୁଣବତ୍ତା ଏତେ
ଖରାପ ହୋଇଥିଲା।କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଅନୁଯାୟୀ,ବାୟୁ ଗୁଣବତ୍ତା ସୁଚକାଙ୍କ ୪୦୧ ରୁ ୫୦୦
ମଧ୍ୟରେ ଗମ୍ଭୀର ବୋଲି ବିବେଚନା କରାଯାଏ। ଏହା ସୁସ୍ଥ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ
ପ୍ରଭାବିତ କରିପାରେ ଏବଂ ପୂର୍ବରୁ ବେମାର ଥିବା ଲୋକଙ୍କ ଗମ୍ଭୀର ଶ୍ୱାସକ୍ରିୟା ସମସ୍ୟା ସୃଷ୍ଟି
କରିପାରେ। ନଭେମ୍ବର ମାସରେ ଥଣ୍ଡା ବୃଦ୍ଧି ପାଇବା ସହିତ, ବିଷାକ୍ତ ବାୟୁ
ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା