
ମୁମ୍ବାଇ, 12 ନଭେମ୍ବର (ହି.ସ)- ବାରାଣସୀରୁ ମୁମ୍ବାଇକୁ ଯାଉଥିବା
ମହାନଗରୀ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର 22178) ରେ ବୁଧବାର ସକାଳେ ଭୁସାଵାଲ୍ ଷ୍ଟେସନ୍
ପହଞ୍ଚିବା ମାତ୍ରେ ଟ୍ରେନ୍ରେ ବୋମା ଥିବା ଗୁଜବ ପ୍ରଚାର ହୋଇଥିଲା ଓ ଲୋକଙ୍କ ମଧ୍ୟରେ ଆତଙ୍କ
ଖେଳିଯାଇଥିଲା। ଘଟଣାର ସୂଚନା ମିଳିଲା ମାତ୍ରେ ସମଗ୍ର ଡବାର ତଲାସୀ ନିଆଯାଇଥିଲା, କିନ୍ତୁ କୌଣସି
ସନ୍ଦିଗ୍ଧ ବସ୍ତୁ ନ ମିଳିବାରୁ ସୁରକ୍ଷା ସଂସ୍ଥା ଏବଂ ମଧ୍ୟ ରେଲୱେ ଅଧିକାରୀ ଆଶ୍ୱସ୍ତ
ହୋଇଥିଲେ। ପରେ ଟ୍ରେନ୍କୁ ଆଗକୁ ଯିବାକୁ ଅନୁମତି ଦିଆଯାଇଥିଲା। ଏହି ଘଟଣା ପରେ ମହାରାଷ୍ଟ୍ରର
ସମସ୍ତ ଷ୍ଟେସନରେ ହାଇ ଆଲର୍ଟ ଜାରି ହୋଇଛି।
ଘଟଣାର ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି ଯେ ମହାନଗରୀ ଏକ୍ସପ୍ରେସ୍ର
ସାଧାରଣ ଡବାର ଶୌଚାଳୟ ଭିତରେ ‘ପାକିସ୍ତାନ
ଜିନ୍ଦାବାଦ’, ‘ଆଇଏସଆଇ’ ଏବଂ ଟ୍ରେନ୍ରେ
ବୋମା ଥିବା ବିଷୟରେ ହାତରେ ଲେଖା ବାର୍ତ୍ତା ମିଳିଥିଲା। ଭୁସାଵାଲ୍ ଷ୍ଟେସନ୍ ପହଞ୍ଚିବା
ପୂର୍ବରୁ ଜଣେ ଯାତ୍ରୀ ଏହି ଲେଖା ଦେଖିଥିଲେ ଏବଂ ସେ ତୁରନ୍ତ ଗାର୍ଡକୁ ସୂଚନା ଦେଇଥିଲେ।
ସୁରକ୍ଷା ବିଭାଗକୁ ଖବର ମିଳିବା ପରେ ରେଲୱେ ସୁରକ୍ଷା ବଳ, ରେଲୱେ ପୋଲିସ୍
ଏବଂ ଡଗ୍ ସ୍କ୍ୱାର୍ଡ ତୁରନ୍ତ ଭୁସାଵାଲ୍ ଷ୍ଟେସନ୍ରେ ପହଞ୍ଚିଥିଲେ। ସକାଳ 8.30ରେ ଟ୍ରେନ୍
ଷ୍ଟେସନ୍ରେ ପହଞ୍ଚିଲା ପରେ ସମଗ୍ର ଟ୍ରେନ୍, କୋଚ୍, ସାମଗ୍ରୀ ଡବା ଓ ଯାତ୍ରୀମାନଙ୍କର ବ୍ୟାଗର ଟିକନିକ
ତଲାଶି ନିଆଯାଇଥିଲା। ଡଗ୍ ସ୍କ୍ୱାର୍ଡ ଏବଂ ବୋମା ନିରୋଧକ ଦଳ ଗଭୀର ତଲାସୀ ନେଇଥିଲେ । କିନ୍ତୁ
କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ନାହିଁ। ପରେ ଟ୍ରେନ୍ର ପୁନଃ ନିରୀକ୍ଷଣ ହୋଇଥିଲା ଏବଂ
ସକାଳ ପ୍ରାୟ 9ଟାରେ ଏହାକୁ ମୁମ୍ବାଇ ପାଇଁ ଛଡା ଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା