
ନୂଆଦିଲ୍ଲୀ, 12 ନଭେମ୍ବର (ହି.ସ)- ଭାରତୀୟ ପ୍ରଯୁକ୍ତି ଅନୁଷ୍ଠାନ, ବମ୍ବେଦେଶର ପ୍ରଥମ
ସ୍ୱଦେଶୀ କ୍ୱାଣ୍ଟମ୍ ଡାଇମଣ୍ଡ ମାଇକ୍ରୋସ୍କୋପ୍ ତିଆରି କରିଛି। ଏହି ଯନ୍ତ୍ର ଗତିଶୀଳ ଚୁମ୍ବକୀୟ
କ୍ଷେତ୍ରର ଥ୍ରୀଡିଛବି ତିଆରି
କରିପାରେ। ଏହି ପ୍ରଯୁକ୍ତି ନ୍ୟୁରୋସାଇନ୍ସ, ପଦାର୍ଥ ଗବେଷଣା
(ମେଟେରିଆଲ୍ ରିସର୍ଚ୍ଚ) ଏବଂ ସେମିକଣ୍ଡକ୍ଟର ଚିପ୍ ପରୀକ୍ଷା କ୍ଷେତ୍ରରେ ବିପ୍ଲବୀ ପରିବର୍ତ୍ତନ
ଆଣିପାରିବ।
ଏହି ସଫଳତା ଭାରତର ଜାତୀୟ କ୍ୱାଣ୍ଟମ୍ ମିଶନ୍ ଅଧୀନରେ ହାସଲ ହୋଇଛି
ଏବଂ ଏହା ସହିତ ଭାରତ ଏହି କ୍ଷେତ୍ରରେ ନିଜର ପ୍ରଥମ ପେଟେଣ୍ଟ ମଧ୍ୟ ପାଇଛି। ବିଜ୍ଞାନ ଏବଂ
ପ୍ରଯୁକ୍ତି ମନ୍ତ୍ରାଳୟ ଅନୁସାରେ, ଏହି ମାଇକ୍ରୋସ୍କୋପ୍ର
ଘୋଷଣା ସମ୍ପ୍ରତି ସମାପ୍ତ ହୋଇଥିବା ଇମର୍ଜିଂ ସାଇନ୍ସ, ଟେକ୍ନୋଲୋଜି ଏବଂ
ଇନୋଭେସନ୍ କନକ୍ଲେଭ ସମୟରେ କରାଯାଇଥିଲା। ଏହି ପ୍ରଯୁକ୍ତି ଚିପ୍ର ଇନର ଲେୟାରମଧ୍ୟରେ ଥିବା ଚୁମ୍ବକୀୟ କ୍ଷେତ୍ରର ଥ୍ରୀଡିମ୍ୟାପିଂ କରିପାରିବ।
ଏଥିସହିତ ଉନ୍ନତ ଇଲେକ୍ଟ୍ରୋନିକ ଉପକରଣ ଏବଂ ସ୍ୱୟଂଚାଳିତ ପ୍ରଣାଳୀର
ପରୀକ୍ଷାରେ ନୂଆ ସମ୍ଭାବନା ଖୋଲିବ। ଏହି ପ୍ରକଳ୍ପଟି ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରାଳୟର
ଅଧୀନରେ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା