ଦିଲ୍ଲୀ ବିସ୍ଫୋରଣ ମାମଲା: କାଶ୍ମୀରରେ ୧୩ଟି ସ୍ଥାନରେ ସିଆଇକେର ଚଢାଉ ଜାରି
ଶ୍ରୀନଗର,୧୩ନଭେମ୍ବର (ହି.ସ)-କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (ସିଆଇକେ) ଶ୍ରୀନଗର ଜୈଶ-ଏ-ମହମ୍ମଦ ଷଡଯନ୍ତ୍ର ଏବଂ ଦିଲ୍ଲୀ ବୋମା ବିସ୍ଫୋରଣର ତଦନ୍ତ ସହିତ ଜଡିତ ଗୁରୁବାର କାଶ୍ମୀର ଉପତ୍ୟକାର ୧୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି। ସରକାରୀ ସୂତ୍ର ଅନୁଯାୟୀ, ଏହି ସପ
ଦିଲ୍ଲୀ ବିସ୍ଫୋରଣ ମାମଲା: କାଶ୍ମୀରରେ ୧୩ଟି ସ୍ଥାନରେ ସିଆଇକେର ଚଢାଉ ଜାରି


ଶ୍ରୀନଗର,୧୩ନଭେମ୍ବର (ହି.ସ)-କାଉଣ୍ଟର

ଇଣ୍ଟେଲିଜେନ୍ସ କାଶ୍ମୀର (ସିଆଇକେ) ଶ୍ରୀନଗର

ଜୈଶ-ଏ-ମହମ୍ମଦ ଷଡଯନ୍ତ୍ର ଏବଂ ଦିଲ୍ଲୀ ବୋମା ବିସ୍ଫୋରଣର ତଦନ୍ତ ସହିତ ଜଡିତ ଗୁରୁବାର କାଶ୍ମୀର

ଉପତ୍ୟକାର ୧୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି। ସରକାରୀ ସୂତ୍ର ଅନୁଯାୟୀ, ଏହି ସପ୍ତାହର

ଆରମ୍ଭରେ ଲାଲକିଲ୍ଲା ବିସ୍ଫୋରଣରେ ଜଡିତ ନେଟୱାର୍କର ବ୍ୟାପକ ତଦନ୍ତର ଅଂଶ ଭାବରେ ଜମ୍ମୁ ଏବଂ

କାଶ୍ମୀର ସିଆଇଡି ଦ୍ୱାରା ସଂଗୃହିତ

ଗୁପ୍ତ ସୂଚନା ଆଧାରରେ ଏହି ସନ୍ଧାନ କରାଯାଉଛି। ସୀଆଇକେକର୍ମଚାରୀଙ୍କ ଅନେକ

ଦଳ ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସହିତ ସମନ୍ୱୟ ରଖି ଏହି ଚଢାଉ

କରୁଛନ୍ତି। ନିଷିଦ୍ଧ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ବ୍ୟକ୍ତିଙ୍କ ଘର ଉପରେ ଏହି ସନ୍ଧାନ

କେନ୍ଦ୍ରିତ। ସୂତ୍ର ଅନୁଯାୟୀ ଏହି ଚଢାଉ କାଶ୍ମୀର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ସକ୍ରିୟ

ଆତଙ୍କବାଦୀ ମଡ୍ୟୁଲଗୁଡ଼ିକୁ ନିପାତ କରିବା ପାଇଁ ତୀବ୍ର ପ୍ରୟାସର ଏକ ଅଂଶ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande