
ଗଂଜାମ, 16 ନଭେମ୍ବର (ହି.ସ.)
କବିସୂର୍ଯ୍ୟନଗର ଥାନା ଏ ବରିଡା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ପୁଅ ବାପାକୁ ପିଟିପିଟି ହତ୍ୟା କରିଛି। ବାପା ପଦ୍ମନାଭ ସାହୁ ପାଇଥିବା ଟଙ୍କାକୁ ପୁଅ ରମେଶ ସାହୁ, ମାଗିବାରୁ, ଵାପା ଟଙ୍କା ନଦେଵାରୁ ବାପାକୁ ପିଟିପିଟି ହତ୍ୟା କରିଛି। ଖବର ପାଇ କବିସୂର୍ଯ୍ୟନଗର ଥାନା ପୁଲିସଘଟଣା ସ୍ଥଳରେ ପହଞ୍ଚି ଶଵ ଜବତ କରି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇଛି। ଘଟଣାର ଦନ୍ତ କରିବା ସ଼ହ ହତ୍ୟାକାରୀ ପୁତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ