
ଜୟପୁର, ୧୬ ନଭେମ୍ବର (ହି.ସ.)- ମହାନ ଜନ ନାୟକ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ବର୍ଷ ଜନ୍ମ ଜୟନ୍ତୀ ପୂର୍ତ୍ତି ଉପଲକ୍ଷେ ବିର୍ସାଙ୍କ ଅବିଶ୍ୱରଣୀୟ ସ୍ମୃତିକୁ ପୁନଃ ଜାଗ୍ରତ କରିବା ଉଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଆଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଭାପତି ଜ୍ୟୋତିରଞ୍ଜନ ପାଣିଗ୍ରାହୀଙ୍କ ଆହ୍ବାନ କ୍ରମେ ବିକ୍ରମ ଦେବ ବିଶ୍ବ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ପାଳନ ହୋଇଛି । ଏହା ସହିତ ବିବେକାନନ୍ଦ ଛାତ୍ରାବାସ ଠାରେ ମଧ୍ୟ ଛାତ୍ର ମାନଙ୍କ ସହଯୋଗରେ ଜନ ଜାତି ଗୌରବ ଦିବସ ପାଳନ କରାଗଲା। ଏଥିରେ ସଭାପତି ଏହି ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ବୁଝାଇବାକୁ ଯାଇ ବିର୍ସା ମୁଣ୍ଡା ଦେଇଥିବା ସ୍ଲୋଗାନ୍ (ଆବୁଆ ଦିସୁମ୍ ଆବୁଆ ରାଜ) ଦେଇ ପରିବେଶ, ଜଳ, ଜଙ୍ଗଲ, ଜମିକୁ ଆସୁଥିବା ସଙ୍କଟ ପ୍ରତି ବିର୍ସା ମୁଣ୍ଡାଙ୍କ ମମତା ଓ ସ୍ୱାଭିମାନ ତଥା ଦେଶ ପ୍ରତି ବଳିଦାନର ବିଷୟକୁ ଉପସ୍ଥାପନ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଚାରକ୍ରାନ୍ତି ଆଣିଥିଲେ ।
ସହଯୋଗ କରିଥିଲେ ମନୋଜ ସାହୁ, ଅଜିତ ପଣ୍ଡା, ରିଙ୍କି ହରିଜନ, ଜ୍ୟୋତିର୍ମାଳା ମିଶ୍ର, ରୂପାଲି ଖୋସଲା, ଘାସିରାମ ହିଆଲ, ସତ୍ୟଞ୍ଜୟ ବିଷୋୟୀ, ଅଖିଳ କୁମାର, ବିଶ୍ବରଂଜନ, ଜଗନ୍ନାଥ ଖରା, ଜ୍ୟୋତ୍ସ୍ନା ଟାକ୍ରୀ, ସ୍ନେହା ସିଂ ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ।
ହିନ୍ଦୁସ୍ଥାନ ସମାଚାର / ପିକେପି