କାଲିମେଳା ପୁଲିସର ସାଇବର ସୁରକ୍ଷା ଅଭିଯାନ
ମାଲକାନଗିରି, ୧୬ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଆଇଆଇସି ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ କାଲିମେଳା ସହରରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଶନିବାରର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରଥମେ ସାଇବର ସୁରକ୍ଷା ରଥ କାଲିମେଳା ସହର ପରିକ୍ରମା କରାଯାଇଥିଲା
କାଲିମେଳା ପୁଲିସର ସାଇବର ସୁରକ୍ଷା ଅଭିଯାନ


କାଲିମେଳା ପୁଲିସର ସାଇବର ସୁରକ୍ଷା ଅଭିଯାନ


ମାଲକାନଗିରି, ୧୬ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଆଇଆଇସି ମୁକୁନ୍ଦ ମେଲକାଙ୍କ ନେତୃତ୍ୱରେ କାଲିମେଳା ସହରରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଶନିବାରର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରଥମେ ସାଇବର ସୁରକ୍ଷା ରଥ କାଲିମେଳା ସହର ପରିକ୍ରମା କରାଯାଇଥିଲା । ପରେ ଦୁର୍ଗା ମଣ୍ଡପ ପରିସରରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ଏଥିରେ କାଲିମେଳା ସମିତି ଅଧ୍ଯକ୍ଷା ସୁବାସିନି ସୋଡି,ଏସଡିପିଓ ଦିବ୍ୟ ରଞ୍ଜନ ଦଳେଇ, ପୂର୍ବତନ ସମିତି ଅଧ୍ଯକ୍ଷ ମାଲା ମାଡ଼ି, ଗୁମୁକା ସରପଞ୍ଚ ଉଙ୍ଗି ମାଡକାମି,ମାନ୍ଦାପାଲି ସରପଞ୍ଚ ଇନ୍ଦ୍ର ପଡିଆମି, , ବଜାର କମିଟି ସମ୍ପାଦକ ପ୍ରଦୀପ ମଣ୍ଡଳ, ଦୁର୍ଗାପୂଜା କମିଟି ସଭାପତି ବିଜୟ କୁମାର ଦ୍ବିବେଦୀ,ଟ୍ରାଇବଲ ବିୟୁଟି କ୍ୟୁନ ସୋନାଲି ପଡିଆମି ପ୍ରମୁଖ ମଞ୍ଚାସିନ ଥିଲେ । ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ବାଧ୍ୟକ ସାଜିଛନ୍ତି ସାଇବର କ୍ରାଇମ । ସାଇବରର ମାୟା ଜାଲରେ ପଡ଼ି ଲୋକେ ଧନ,ଜୀ ବନ, ବିଶ୍ବାସ ହରାଉଛନ୍ତି । ତେଣୁ କରି ଅଦୃଶ୍ୟ ଶତ୍ରୁ ଭାବେ କାମ କରୁଥିବା ଏହିସାଇବର ରୁ ବର୍ଷିବା ପାଇଁ ପୁଲିସ ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି । ସାଇବର ସୁରକ୍ଷିତ କିପରି ରହିବା, ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରିବା, ଅନଲାଇନ୍ ସପିଙ୍ଗ ସମ୍ପର୍କିତ ଏବଂ ଅନଲାଇନ୍ ଜରିଆରେ ଟଙ୍କା କାରବାର ସତର୍କତା, ସାଇବର ସ୍ପେସରେ କିପରି ପିଲାଙ୍କୁ ସୁରକ୍ଷା କରିବା ସଂପର୍କରେ ମଞ୍ଚାସିନ ଅତିଥ୍‌ ମାନେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ । ସେହିପରି କେ୍ୱାସି,ପାନ ଏବଂ ଆଧାର ଅପଡେଟ ଠକେଇ, ସର୍ଚ୍ଚ ବ୍ୟବହାର ଠକେଇ, ଚାକିରି ଠକେଇ,ଲୋନ ଆପ ଠକେଇ, ଉପହାର ଠକେଇ,, ଅଜ୍ଞାନ କଲ୍ -ସିମ ସ୍ବାପ ଠକେଇ, ଟାୱାର ବସେଇବା ଠକେଇ, ଅନଲାଇନ୍ କିଣାବିକା ଠକେଇ ଇତ୍ୟାଦିର ଶିକାର ନହେବା ସଂପର୍କରେ ବୁଝାଇଥିଲେ । ଏ ଅବସରରେ ଶତାଧିକ ସ୍ଥାନୀୟ ମହିଳା, ପୁରୁଷ, ଛାତ୍ର ଛାତ୍ରୀ, ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ । ସ୍ଥାନୀୟ କୋୟା ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । କାଲିମେଳା ଫରେଷ୍ଟର ମୃତ୍ୟୁ ଞ୍ଜୟ ସେଠୀ ସଭା ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande