
ଜୟପୁର, ୧୬ ନଭେମ୍ବର (ହି.ସ.)- ତରୁଣ ପ୍ରଜ୍ଞା ଭାରତୀ ତରଫରୁ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଯଥା ଦେଶାତ୍ମବୋଧକ ସଙ୍ଗୀତ, ବନବାସୀ ସଙ୍ଗୀତ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତା ଆଜି ସକାଳ ୮ଟା ୩୦ରୁ ନାରାୟଣୀ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭାଗ ନେଇ ଅତିସୁନ୍ଦର ସଙ୍ଗୀତ ପରିବେଷଣ କରି ବିଜେତା ହୋଇଥିଲେ। ଅନୁଷ୍ଠାନର ଉପସଭାପତି ରାମ ଶଙ୍କର ଷଡଙ୍ଗୀଙ୍କ ଉପସ୍ଥିତିରେ ସମ୍ପାଦକ ଅଜୟ କୁମାର ମଲିକ, କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣାଙ୍କ ସହ ସବିତା ତ୍ରିପାଠୀ, ସବିତା ଶତପଥୀ, ସୁବର୍ଣ୍ଣ କୁମାରୀ ଖିଲ, ଲିପିକା ଦଳାଇ, ତପସ୍ୱିନୀ କୁମାରୀ ସାହୁ, ଜଗନ୍ନାଥ ପାଣିଗ୍ରାହୀ, କ୍ଷେତ୍ର ମୋହନ ନାୟକ ପ୍ରମୁଖ ସଦସ୍ୟ ଓ ସଦସ୍ୟା ସମସ୍ତ ପ୍ରତିଯୋଗିତା ପରିଚାଳନା କରିଥିଲେ। ଉପରୋକ୍ତ ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ଗୁପ୍ତେଶ୍ଵର ପାଣିଗ୍ରାହୀ, ବିପିନ ପାତ୍ର, ସୁଧାକର ପଣ୍ଡା, ତପନ କୁମାର ମହାପାତ୍ର ଓ ଜି. ମହେଶ ଅଭିଭାବକଙ୍କ ଉପସ୍ଥିତିରେ ନିଜ କାର୍ଯ୍ୟ ସମ୍ପାଦନା ସହ ପ୍ରତିଯୋଗୀ ମାନଙ୍କ ମାର୍ଗଦର୍ଶନ କରିଥିଲେ।
ଆସନ୍ତା ଡିସେମ୍ବର ୧୪ ତାରିଖରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ କରାଯିବ ଏବଂ ସମସ୍ତ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ ସହ ଯେଉଁ ବିଦ୍ୟାଳୟର ଅଧିକା ପ୍ରତିଯୋଗୀ ବିଜେତା ହୋଇଥିବେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ଉପସଭାପତି ଶ୍ରୀ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି