
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ
ବଳଦେବଜୀଉ ପରିକ୍ରମା ପ୍ରକଳ୍ପ । ମନ୍ଦିରର ସୌନ୍ଦର୍ଯ୍ୟ କରଣ ଏବଂ ଭିତ୍ତିଭୂମି ବାବଦକୁ ପ୍ରାୟ 100 କୋଟି ଟଙ୍କାର ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ପାଇଁ
ସରକାରଙ୍କ ପରିଯୋଜନା ।ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ସମୀକ୍ଷା ପରେ ଆଇନ ମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଆଜି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ
ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବୈଠକ କରିଥିଲେ ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀଙ୍କ
ବାସଭବନରେ ଆୟୋଜିତ ବୈଠକରେ ଉପସ୍ଥିତ ଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଣ୍ଡାମେଣ୍ଟ
କମିଶନର ସହ ଅନ୍ୟ ଅଧିକାରୀ । ବଳଦେବଜୀଉ ପ୍ରକଳ୍ପ ନେଇ ପୂର୍ବରୁ 3 ରୁ 4 ଥର ବୈଠକ ହୋଇଛି ।
ମନ୍ଦିରର ସେବକ, ଟ୍ରଷ୍ଟ ବୋର୍ଡ, ସ୍ଥାନୀୟ ଲୋକ ଏବଂ ଜନ ପ୍ରତିନିଧିଙ୍କ ସହ ବି ଆଲୋଚନ
ହୋଇଛି । ଖୁବଶୀଘ୍ର ପ୍ରକଳ୍ପ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆଜି ବୈଠକରେ ସାଂସଦ ତାଙ୍କର
ମତାମତ ରଖିଛନ୍ତି । ବହୁତ ଶୀଘ୍ର ସୌନ୍ଦର୍ଯ୍ୟକରଣ ଏବଂ ଆନୁସାଙ୍ଗିକ ଭିତ୍ତିଭୂମି ବାବଦକୁ
ପ୍ରାୟ 100 କୋଟିର ପ୍ରକଳ୍ପ
ହୋଇପାରେ । ବହୁତ ଶୀଘ୍ର ଏହାର ଫାଇନାଲ ଡିପିଆର ପ୍ରସ୍ତୁତ ହେବ । ଚଳିତ ଆର୍ଥିକ ବର୍ଷ ଭିତରେ
ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା