
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଆରମ୍ଭ
ହେବ କ୍ୟାମ୍ପସ କଲିଂ । ଏ ନେଇ ବିଶ୍ଵବିଦ୍ୟାଳୟ
ଅନୁଦାନ ଆୟୋଗ ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନ
ଗୁଡ଼ିକୁ ଚିଠି ଲେଖିଛନ୍ତି । କ୍ୟାମ୍ପସରେ
ମହିଳା ଓ ଛାତ୍ରୀଙ୍କ ସୁରକ୍ଷା ପାଇଁ ସେମାନେ ନିର୍ଭୟରେ କିଭଳି କ୍ୟାମ୍ପସ୍ ରେ ପାଠ ପଢିବା ସହ
ରହିପାରିବେ ସେଥିପ୍ରତି ପ୍ରାଥମିକତା ଦିଆଯିବ ।
ନିର୍ଦିଷ୍ଟ ନିୟମାବଳୀ ଜାରି କରାଯିବ । ମହିଳା ସଶକ୍ତିକରଣ, ପୋସ 2013 ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ । ପ୍ରତି ଉଚ୍ଚ
ଶିକ୍ଷାନୁଷ୍ଠାନରେ ୪ ଜଣ କ୍ୟାମ୍ପସ୍ ରାଷ୍ଟ୍ରଦୂତ ମନୋନୀତ ହେବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା