
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ବିଜେୱାଇଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ
ତେଜସ୍ୱୀ ସୂର୍ଯ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେୱାଇଏମର ରାଷ୍ଟ୍ରୀୟ
ଅଧ୍ୟକ୍ଷ ତେଜସ୍ୱୀ ସୂର୍ଯ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଶରୀର,
ନିରନ୍ତର ସଫଳତା ଏବଂ ଦେଶ ସେବାରେ ଆହୁରି ଶକ୍ତି ପ୍ରଦାନ କରୁନ୍ତୁ।
ଆପଣଙ୍କ ପ୍ରେରଣାଦାୟୀ ନେତୃତ୍ୱ ଏବଂ ଭବିଷ୍ୟତର ସମସ୍ତ ପ୍ରୟାସ ପାଇଁ ମୋର ଶୁଭେଚ୍ଛା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା