
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)- ଡିସେମ୍ବର ଶେଷ ସପ୍ତାହରୁ ଭୁବନେଶ୍ୱରରେ
ଆରମ୍ଭ ହେବ ପଥୋତ୍ସବ । ଶୀତୁଆ ସକାଳରେ ରାସ୍ତା ଉପରେ ମଉଜ କରିବେ ଭୁବନେଶ୍ବରବାସୀ । ଏନେଇ
ସୂଚନା ଦେଇଛନ୍ତି ବିଏମସି କମିଶନର ଚଞ୍ଚଲ୍ ରାଣା । ଡିସେମ୍ବର ଶେଷ ସପ୍ତାହରୁ ଆରମ୍ଭ ହେବ
ପଥୋତ୍ସବ।
ଡିସେମ୍ବର ଶେଷ ସପ୍ତାହ ଏବଂ ଜାନୁଆରୀ ମାସର ପ୍ରଥମ
ଦୁଇଟା ସପ୍ତାହ ନିଆରା କାର୍ଯ୍ୟକ୍ରମ ହେବ । ତିନୋଟି ଜୋନରେ ଗୋଟିଏ ଲେଖାଏଁ ପଥୋତ୍ସବର
ଆୟୋଜନ କରିବା ନେଇ ବିଏମସି ପ୍ରସ୍ତୁତି ଆରମ୍ଭ
କରିଛି। ରବିବାର ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ
ପଥୋତ୍ସବର ଆୟୋଜନ କରାଯିବ। ନାଚ,
ଗୀତ ସାଙ୍ଗକୁ ପେଣ୍ଟିଂ, ସ୍କେଟିଂ,ଏବଂ ବିଭିନ୍ନ
ଆକ୍ଟିଭିଟିର ଆୟୋଜନ କରିବ ବିଏମସି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା