
ପାଟଣା, 20 ନଭେମ୍ବର (ହି.ସ.)-ବିହାରର
ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଆଜି ଗାନ୍ଧୀ ମୈଦାନରେ 10ମ ଥର ପାଇଁ ଶପଥ ନେବେ। ଶପଥଗ୍ରହଣ
ଅନୁଷ୍ଠାନ ସକାଳ 11:30 ରୁ ଆରମ୍ଭ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,
କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ଓ
ଅନ୍ୟାନ୍ୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ। ନୀତିଶ କୁମାରଙ୍କ ସହିତ ଭାରତୀୟ ଜନତା ପାର୍ଟି
(ଭାଜପା) ପକ୍ଷରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେବେ।
ପ୍ରଧାନମନ୍ତ୍ରୀ ମୋଦୀ ଆଜି
ବିହାରର ରାଜନୀତିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡିବେ। ସେ ଗାନ୍ଧୀ ମୈଦାନରେ କୋଣସି
ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଅନୁଷ୍ଠାନରେ ଯୋଗଦେଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେବେ।
ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ଧ୍ୟାନରେ ରଖି ସୁରକ୍ଷାର ଅଭୂତପୂର୍ବ ବ୍ୟବସ୍ଥା କରାଯାଇଛି। ଏସପିଜି,
ଏନଏସଜିଏବଂ ବିହାର ପୁଲିସର ଯୁକ୍ତ ଟିମ୍ମାନେ ଗାନ୍ଧୀ ମୈଦାନ ଏବଂ ଏହାର
ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା