
ନୂଆଦିଲ୍ଲୀ, 20 ନଭେମ୍ବର (ହି.ସ.)- ସୁନାରୂପା
ବଜାରରେ ଆଜି ଦ୍ରୁତ ବୃଦ୍ଧି ଦେଖାଯାଉଛି। ସୁନା ଆଜି ପ୍ରତି 10 ଗ୍ରାମ 1,120 ଟଙ୍କାରୁ 1,220
ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଯାଇଛି। ସେହିପରି ଚାନ୍ଦିର ଦାମରେ ମଧ୍ୟ ଆଜି ପ୍ରତି କିଲୋ
3,100 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ସୁନାର ଦାମରେ ବୃଦ୍ଧି ହେବାରୁ
ଦେଶର ଅଧିକାଂଶ ସୁନାରୂପା ବଜାରରେ 24 କ୍ୟାରେଟ୍ ସୁନା ଆଜି ପ୍ରତି 10 ଗ୍ରାମ 1,24,870
ଟଙ୍କାରୁ 1,25,020 ଟଙ୍କା ମଧ୍ୟରେ ବ୍ୟାପାର ହେଉଛି। ଏହିପରି 22 କ୍ୟାରେଟ୍ ସୁନା ଆଜି ପ୍ରତି
10 ଗ୍ରାମ 1,14,460 ଟଙ୍କାରୁ 1,14,610 ଟଙ୍କା ମଧ୍ୟରେ ବିକ୍ରି ହେଉଛି।
ଚାନ୍ଦିର ଦାମ ମଧ୍ୟ ବଢ଼ିବାରୁ
ଏହି ଧାତୁ ଆଜି ଦିଲ୍ଲୀ ବଜାରରେ ପ୍ରତି କିଲୋ 1,65,000 ଟଙ୍କାର
ସ୍ତରରେ ବିକ୍ରି ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା