ନବମ ଶ୍ରେଣୀ ଛାତ୍ରକୁ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ
କେନ୍ଦ୍ରାପଡ଼ା, ୦୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କପିଳମୁନି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରକୁ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭ୍ୟଙ୍କ ଦ୍ୱାରା ଛାତ୍ରଙ୍କୁ ଆଣ୍ଠୋଇବା ସହିତ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଜିଲ୍ଲାପାଳଙ୍କ ନିକଟରେ ଛାତ୍ରର ମ
ନବମ ଶ୍ରେଣୀ ଛାତ୍ରକୁ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ


କେନ୍ଦ୍ରାପଡ଼ା, ୦୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କପିଳମୁନି ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରକୁ ସ୍କୁଲର ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭ୍ୟଙ୍କ ଦ୍ୱାରା ଛାତ୍ରଙ୍କୁ ଆଣ୍ଠୋଇବା ସହିତ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଜିଲ୍ଲାପାଳଙ୍କ ନିକଟରେ ଛାତ୍ରର ମା ପ୍ରଗତିକା ସାହୁ ଅଭିଯୋଗ କରିଛନ୍ତି। ଅଭିଯୋଗରୁ ପ୍ରକାଶ ଯେ କପିଳମୁନି ହାଇସ୍କୁଲରେ ତାଙ୍କ ପୁତ୍ର ନବମ ଶ୍ରେଣୀ ଛାତ୍ର ଅନ୍ୟ ସେକ୍ସନର ଛାତ୍ର ସହିତ ଖେଳୁଥିବାବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ଛାତ୍ର ଦୁହେଁ ଠେଲାପେଲା ହୋଇଥିଲେ। ଏହାକୁ ଭିତ୍ତି କରି ତା ପରଦିନ ଛାତ୍ରର ପିତାଙ୍କୁ ଡାକି ସ୍କୁଲର ପ୍ରଧାନଶିକ୍ଷକ ଓ କମିଟି ସଦସ୍ୟ ଗାଳି ଗୁଲଜ କରିବା ସହିତ ଛାତ୍ରର ବାପା ଆଗରେ ଛାତ୍ରକୁ ପ୍ରାୟ ଅଧଘଣ୍ଟା ଆଣ୍ଠୋଇ ରଖିଥିଲେ। ଏଥିସହିତ କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମୋର ପୁତ୍ର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ପାଇ ସ୍କୁଲକୁ ଯାଉନାହିଁ। ଯାହାଫଳରେ ତାର ଭବିଷ୍ୟତ ଅନ୍ଧର ହୋଇ ପଡିଛି। ଏହି ଭୁଲ୍ ପାଇଁ ଛାତ୍ରଙ୍କୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ଶିକ୍ଷକ ଓ ସ୍କୁଲ କମିଟି ସଭ୍ୟ କହିଥିଲେ। ଛାତ୍ରର ମାତା ଘଟଣାର ବିଚାର କରି ତାଙ୍କ ପୁତ୍ର (ଛାତ୍ର) କୁ ନ୍ୟାୟ ଦେବା ସହିତ ପ୍ରଧାନ ଶିକ୍ଷକ ଓ ସ୍କୁଲ୍ ପରିଚାଳନା କମିଟି ସଭ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande