
ଭଦ୍ରକ, ୩ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବିନ୍ଧା ସାହିତ୍ୟ ସଂସ୍କୃତି ବିକାଶ ପରିଷଦ ପକ୍ଷରୁ ବିନ୍ଧା ବଜାରରେ ଶୀତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ ନିରଞ୍ଜନ ବାରିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୀତ କବିତା ଆସରକୁ ଉଦ୍ଗାଟନ କରିଥିଲେ । ପ୍ରଥମେ ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ଶଙ୍କର୍ଷଣ ପଣ୍ଡାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ପରେ କଣ୍ଠଶିଳ୍ପୀ ସତ୍ୟମୋହନ ବେହେରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ ।ପରିଷଦର ସମ୍ପାଦକ ମଥୁରା ମୋହନ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।କବି ବିଜୟ ବେହେରାଙ୍କ ସଂଯୋଜନାରେ କବିତା ପାଠ ଅନୁଷ୍ଠିତ ହୋଇଥିଲା ।ଏଥିରେ କବି ଶ୍ରୀ ଗୋଲକ ବୟାରୀ, କବି ନିର୍ମଳ ଦଳେଇ,ସୁଧାରଂଜନ ମହାନ୍ତି,ଜୟନ୍ତ ମହାନ୍ତି,କୃପାସିନ୍ଧୁ ମହାନ୍ତି,ଅମୂଲ୍ୟ ସେନାପତି, ସୁବାଷ ଦାସ,ମୁକୁନ୍ଦ ଦେବ ନାୟକ,ନିର୍ମଳ ଦଳେଇ ,ବିପ୍ଳବରଂଜନ ପତି, ରବୀନ୍ଦ୍ର ବାରିକ, ସୁବାଷ ମହାନ୍ତି ଓ ବଳରାମ ମଲ୍ଲିକ ପ୍ରମୁଖ କବିତା ପାଠ କରିଥିଲେ।ପ୍ରାବନ୍ଧିକ ବିଭୂତି ଭୂଷଣ ସେନାପତି ଓ କବୟତ୍ରୀ ବିଶ୍ୱମୈତ୍ରୀ ନାୟକ କବିତା ଗୁଡିକର ସମୀକ୍ଷା କରିଥିଲେ ।ଶେଷରେ କବି ଆଶୁତୋଷ କରଣ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ