ବାଇପାସ ରାସ୍ତାରେ ଗର୍ତ
ଭଦ୍ରକ, ୩ ନଭେମ୍ବର (ହି.ସ.) - ଜାତୀୟ ରାଜପଥ ର ଭଣ୍ଡାରିପୋଖରୀର ହାଇସ୍କୁଲ ଠାରୁ ହନୁମାନ ଛକ ବାଇପାସ ରାସ୍ତା ରେ ମାଛ ମାର୍କେଟ ଠାରେ ଏକ ଦେଢ଼ ଫୁଟ ଓସାର ର ଗର୍ତ ହୋଇ ଅଛି। ଗର୍ତ ମଧ୍ୟରେ ୩/୪ଫୁଟ ଓସାର ର ର ଘାଇ ହୋଇଅଛି। ଏହା ଧସେଇ ବଡ଼ ଗର୍ତ ସୃଷ୍ଟି ହେବାର ନିଶ୍ଚିତ ଆଶଙ୍କା ଦେଖା ଦେଇଅଛି। ସେହିପ
BYPASS RASTA RE GARTA


ଭଦ୍ରକ, ୩ ନଭେମ୍ବର (ହି.ସ.) - ଜାତୀୟ ରାଜପଥ ର ଭଣ୍ଡାରିପୋଖରୀର ହାଇସ୍କୁଲ ଠାରୁ ହନୁମାନ ଛକ ବାଇପାସ ରାସ୍ତା ରେ ମାଛ ମାର୍କେଟ ଠାରେ ଏକ ଦେଢ଼ ଫୁଟ ଓସାର ର ଗର୍ତ ହୋଇ ଅଛି। ଗର୍ତ ମଧ୍ୟରେ ୩/୪ଫୁଟ ଓସାର ର ର ଘାଇ ହୋଇଅଛି। ଏହା ଧସେଇ ବଡ଼ ଗର୍ତ ସୃଷ୍ଟି ହେବାର ନିଶ୍ଚିତ ଆଶଙ୍କା ଦେଖା ଦେଇଅଛି। ସେହିପରି ଏହାର କିଛି ଦୂର ରେ ଏକ ଘରୋଇ ଶାରଦା ଶିକ୍ଷାନୁଷ୍ଠାନ ସମ୍ମୁଖ ରେ ରାସ୍ତା ନିର୍ମାଣସମୟ ରେ ରାସ୍ତା ନିର୍ମାଣ ଠିକା ସନ୍ଥା ଡିବିଲ ଓ ସ୍କୁଲ କର୍ତୃପକ୍ଷ ମଧ୍ୟରେ ତୁତୁମେଁମେ ରୁ ୪୦ମିଟର ଅର୍ଦ୍ଧ ନିର୍ମିତ ହୋଇ ପଡିରହିଅଛି। ପାର୍ଶ ଡ୍ରେନ ମଧ୍ୟ ଅସମ୍ପୂର୍ଣ ରହିଛି। କୁନିକୁନି ପିଲା ମାନେ ଯାତାୟାତ ରେ ଦୁର୍ଦଶା ଭୋଗୁଛନ୍ତି।ଏହାର ମରାମତି ପାଇଁ ବାରମ୍ବାର ଖବର ପ୍ରକାଶନ ସତ୍ୱେ ଡିବିଲ କର୍ତୃପକ୍ଷ କର୍ଣ୍ଣପାତ କରୁନଥିବାରୁ ପ୍ରେସ କ୍ଳବ ତରଫ ରୁ ଏହାର ମରାମତି ଖୁବ ଶୀଘ୍ର ନ ହେଲେ ଏହାର ଅନ୍ୟ କାମ ଉପରେ ରୋକ ପାଇଁ ଚେତାବନୀ ଦିଆଯାଇଅଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande