
କେନ୍ଦ୍ରାପଡ଼ା, ୦୩ ନଭେମ୍ବର(ହି.ସ.) – ଗାଁ କୁ ଥିବା ରାସ୍ତା ଭାଙ୍ଗିରୁଜି ଗଲାଣି, ୧୧ବର୍ଷ ପୂର୍ବରୁ ପଂଚାୟତ ସମିତି ଅଧୀନରେ ନିର୍ମିତ ହୋଇଥିବା ରାସ୍ତା ଏବେ ମାଟିରେ ମିଶିଛି, ତା ସହ ଏହି ସାହିରେ ଥିବା ନଳକୂପରୁ ଲୁହା ଗୁଣ୍ଡ ମିଶା ପାଣି ବାହାରି କେବେ ଗୋଳିଆ ତ କେବେ ପଙ୍କୁଆ ହେଉଛି। ନାଁ ଗାଁ ରାସ୍ତାରେ ଚାଲି ହେଉଛି ନାଁ ପାଣି ମୁନ୍ଦାଏ ପିଇ ହେଉଛି, ଏମିତି ନାହି ନାହିରେ ବଂଚି ଆସୁଛନ୍ତି ସାତଘରିଆ ସାହି ଲୋକେ। ଭାରିଗଦା ପଂଚାୟତର ସଦରରେ ଥିବା ଏହି ସାହିକୁ ଯିବାଆସିବାର ରାସ୍ତା ବେହାଲ। ପିଇବା ପାଣି ପାଇଁ ଲୋକେ ହିନସ୍ତା ହେଉଥୁବା ସମ୍ପର୍କରେ ବିଡ଼ିଓଙ୍କୁ ପଚାରିବାରୁ ସେଇ ଚିରାଚରିତ ଢଙ୍ଗରେ କଣ ହେଇଛି ଦେଖିବି କହି ବ୍ଲକ ପ୍ରଶାସନ ଚୁପ ରହିଛି। ଏହି ସାହିକୁ ଥିବା ରାସ୍ତା ମରାମତି ଓ ପାନୀୟ ଜଳ ସୁବିଧା ନ ହେଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି