ଧନକଉଡ଼ା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣୀ
ସମ୍ବଲପୁର, ୦୩ ନଭେମ୍ବର(ହି.ସ.) – ଆଜି ସମ୍ୱଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୪୭ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୨୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୫ଟି
ଧନକଉଡା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି


ଧନକଉଡା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି


ଧନକଉଡା ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି


ସମ୍ବଲପୁର, ୦୩ ନଭେମ୍ବର(ହି.ସ.) – ଆଜି ସମ୍ୱଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୪୭ଟି ଆବେଦନ ଗ୍ରହଣ କରାଯାଇଥିଲା ଯେଉଁଥିରୁ ୨୭ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୧୫ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା। ୦୪ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା। ସି.ଏମ. ଆର. ଏଫ ଅଧୀନରେ ୦୩ ଜଣଙ୍କୁ ସମୁଦାୟ ୭୦, ୦୦୦ ଟଙ୍କା ଏବଂ ରେଡକ୍ରସ ଅଧୀନରେ ସହାୟତା ୦୨ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଗଲା। ସମ୍ବଲପୁର ଜିଲ୍ଲାପାଳ ୧ ଜଣ ବ୍ୟକ୍ତି ଙ୍କୁ ରାସନ କାର୍ଡ ଏବଂ ୧ ଜଣ ବ୍ୟକ୍ତି ଙ୍କୁ ହୁଇଲ ଚେୟାର ପ୍ରଦାନ କଲେ। ଅଭିଯୋଗ ଶୁଣାଣି ଶେଷ ହେବା ପରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରେହାନ କ୍ଷତ୍ରି, ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ଉତ୍କଳ ବାଳାଶ୍ରମ, ସମ୍ବଲପୁରକୁ ଗସ୍ତରେ ଯାଇ ଉପଲବ୍ଧ ସୁବିଧା, ରହଣି ବ୍ୟବସ୍ଥା ଓ ଚାଲିଥିବା ନିର୍ମାଣ କାମ ସମ୍ପର୍କରେ ସମୀକ୍ଷା କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande