
କେନ୍ଦ୍ରାପଡ଼ା, ୦୩ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଯଅଁରା ବାରିମୁଳ ପଂଚାୟତରେ ୨୦୨୩-୨୪, ୨୦୨୪-୨୫ ଆର୍ଥିକ ବର୍ଷରେ ପଂଚାୟତରେ ଅନୀୟମିତତା ଭାବରେ ଆଦୈା କାର୍ଯ୍ୟ ନକରି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପଂଚାୟତର ଅନେକ ଯୋଜନା ଗୁଡିକୁ ଅଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଇ ସେମାନଙ୍କ ଠାରୁ ଲାଂଚ ନେଇଥିବା ପଂଚାୟତର ପିଇଓ ଏବଂ ଜେଇ ମିିଳିତ ହୋଇ ଦୁର୍ନୀତି କରିଥିବା ଏହି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପଂଚାୟତରେ ରାସ୍ତା ଓ ଅନ୍ୟାନ୍ୟ ଯୋଜନା ସଂପର୍କରେ ବ୍ୟାପକ ଦୁର୍ନୀତି ହୋଇଥିବାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଂଚାୟତର ଶିବ ପ୍ରସାଦ ବାରିକ, ଅକ୍ଷୟ କୁମାର ସ୍ୱାଇଁ, ନିର୍ମଳ ବଳ, ରତ୍ନାକର ମଲ୍ଲିକଙ୍କ ସହ ବହୁ ବ୍ୟକ୍ତି ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି