ଆଞ୍ଚଳିକ କଳା ସଂସ୍କୃତିକୁ ଲୋକାଲୋଚନକୁ ଆଣେ ଶିଶୁ ମହୋତ୍ସବ “ସୁରଭି”
କେନ୍ଦୁଝର, 3 ନଭେମ୍ବର (ହି.ସ.) ଶିଶୁମାନଙ୍କ ମନୋଭାବ, କଳା, ଓ ସୃଜନାଶୀଳତାକୁ ମଞ୍ଚ ଦେବା ପାଇଁ ପ୍ରତିବର୍ଷ ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ତ୍ସବ ସୁରଭି ୨୦୨୫ ଗଭୀର ଉତ୍ସାହ ଓ ଉଦ୍ଦୀପନା ମଧ୍ଯରେ ପି.ଏମ. ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝରରେ ଆୟୋଜିତ ହୋଇଯାଇଛି। ଜିଲ
ଆଞ୍ଚଳିକ କଳା ସଂସ୍କୃତିକୁ ଲୋକାଲୋଚନକୁ ଆଣେ ଶିଶୁ ମହୋତ୍ସବ “ସୁରଭି”


କେନ୍ଦୁଝର, 3 ନଭେମ୍ବର (ହି.ସ.)

ଶିଶୁମାନଙ୍କ ମନୋଭାବ, କଳା, ଓ ସୃଜନାଶୀଳତାକୁ ମଞ୍ଚ ଦେବା ପାଇଁ ପ୍ରତିବର୍ଷ ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ତ୍ସବ ସୁରଭି ୨୦୨୫ ଗଭୀର ଉତ୍ସାହ ଓ ଉଦ୍ଦୀପନା ମଧ୍ଯରେ ପି.ଏମ. ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦୁଝରରେ ଆୟୋଜିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶିଶୁମାନେ ନିଜ କଳା ସାଧନା ମାଧ୍ଯମରେ ଆଞ୍ଚଳିକ ସଂସ୍କୃତି, ଲୋକଜ ଜ୍ଞାନ ଓ ସାହିତ୍ୟ ମାଧ୍ୟମରେ ଉତ୍ସବକୁ ଜୀବନ୍ଧ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ବରର ଉପ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ଓଝା ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ କି “ପ୍ରତ୍ୟେକ ପିଲାର ସଫଳତା ପଛରେ ଜଣେ ଗୁରୁଙ୍କ ଅସୀମ ଅବଦାନ ରହିଥାଏ। ବିଦ୍ୟାଳୟ ହେଉଛି ନୂତନ ମନିଷ ଗଢିବାର ମଞ୍ଚ, ଯେଉଁଠାରେ ଶିଶୁମାନେ କେବଳ ପଢ଼ନ୍ତି ନୁହେଁ, ସେମାନେ ନିଜ ଚେତନା, ସଂସ୍କାର ଓ ନୈତିକତା ଗଢ଼ଣ କରନ୍ତି।

ଅତିରିକ୍ତ ଜିଲ୍ଲା ଶିକ୍ଷାଧୂକାରୀ ଶ୍ରୀକାନ୍ତ ବେହେରା ଓ ରୁଦ୍ରନାରାୟଣ ସାମଲ ନିଜ ଉଦବୋଧନରେ କହିଥିଲେ ଯେ, “ସୁରଭି କେବଳ ଏକ ଶିଶୁ ଉତ୍ସବ ନୁହେଁ, ଏହା ହେଉଛି ଓଡ଼ିଶାର ଗ୍ରାମ ଓ ଜିଲ୍ଲାର ଲୋକ ସଂସ୍କୃତି, ନାଟକ, ସଙ୍ଗୀତ, ଚିତ୍ରକଳା ଓ ଲୋକଜ ଜ୍ଞାନକୁ ଜଗତ ସମ୍ମୁଖରେ ଆଣିବାର ଅଭିଯାନ। ସଭାରେ ବ୍ଲକ ଶିକ୍ଷା ଅଧୂକାରୀ ଓମକାର ଅନ୍ବେଶ ଓ ଚିନ୍ମୟ ରାଉତ ସମ୍ମାନିତ ଅତିଥ‌ି ଭାବେ ଯୋଗଦେଇ ଶିଶୁମାନଙ୍କ ଭିତରେ ଗ୍ରାମୀଣ ସୃଜନାତ୍ମକ ଶିକ୍ଷା ଓ ସାଂସ୍କୃତିକ ଜାଗରଣ ଉପ୍ରେରଣର ଆବଶ୍ୟକ‌ତା ଉଲ୍ଲେଖ କରିଥିଲେ। ଜିଲ୍ଲା ଶିକ୍ଷାକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଉଦଘାଟନୀ ସଭାର ସଭାପତିତ୍ବ କରିଥିଲେ। ସେ କହିଥିଲେ ଯେ ଶିଶୁମାନେ ହେଉଛନ୍ତି ଜିଲ୍ଲାର ଆଗାମୀ ନେତୃତ୍ବ, ତେଣୁ ସେମାନଙ୍କ ସାହିତ୍ୟ, ସଂସ୍କୃତି ଓ ନୈତିକ ଗଠନ ଆମ ସମସ୍ତଙ୍କ ଦାୟିତ୍ବ। ସଭାକୁ ସଂଚାଳନ ଓ ଅତିଥ୍‌ମାନଙ୍କ ପରିଚୟ ଦେଇଥିଲେ ଅନୁନିବେଶି ଶିକ୍ଷା ସଂଯୋଜକ ପୀତବାସ ସାହୁ, ଓ ଶେଷରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଜୟଚନ୍ଦ୍ର ରାଉତ ଧନ୍ୟବାଦ୍ ଜଣାଇ ସଭା ଶେଷ କରିଥିଲେ। ଏହି ମହୋତ୍ସବରେ କନିଷ୍ଠ, ବରିଷ୍ଠ ଓ ବରିଷ୍ଠ ଉଚ୍ଚମାଧ୍ଯମିକ ଏମିତି ତିନୋଟି ବିଭାଗରେ ମୋଟ ୩୧ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୫୧୨ ଜଣ ଶିଶୁ ୪୩ ଜଣ ଗାଇଡ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ଦିନଭରି ଚାଲିଥିବା ଏହି ରଙ୍ଗିନ ମହୋତ୍ସବ ମଞ୍ଚରେ ଶିଶୁମାନେ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, କବିତା, ନାଟକ ଓ ଗଳ୍ପକଥାର ମାଧ୍ୟମରେ ନିଜ ସୃଜନଶୀଳତାର ଚମକ ପ୍ରଦର୍ଶନ କରିଥିଲେ। ସମାପନ ସଭାରେ ବିଜେତା ଶିଶୁମାନଙ୍କୁ ସର୍ଟିଫିକେଟ, ମାନପ‌ତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା। ଶେଷ ଦିନର ସାଂସ୍କୃତିକ ସନ୍ଧ୍ୟାରେ ଶିଶୁମାନଙ୍କ ଲୋକନୃତ୍ୟ, ଓଡ଼ିଶୀ ଓ ସାନ୍ତାଳି ନୃତ୍ୟ ସମସ୍ତଙ୍କୁ ମୁଗ୍ଧ କରିଦେଇଥିଲା ।

ଅବଦାନ ସଦର ବ୍ଲକର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ସିଆରସିସି ଓ ସମଗ୍ର ଶିକ୍ଷା, କେନ୍ଦୁଝରର ସମସ୍ତ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନିଜ ଅସମାନ୍ୟ ଦାନ ରଖୁଥିଲେ। କାର୍ଯ୍ୟକ୍ରମଟି ଶ୍ରୀ ଦୁର୍ଗା ପ୍ରସନ୍ନ ଲାୟକ, ଟ୍ରାଇବାଲ ଏଡୁକେସନ କୋର୍ଡିନେଟର, ସମଗ୍ର ଶିକ୍ଷା, କେନ୍ଦୁଝରଙ୍କ ସମନ୍ବୟ ଓ ପରିଚାଳନାରେ ଅନୁଷ୍ଠିତ ହାଇଥିଲା । ଏହି ମହୋତ୍ସବ ଶିଶୁମାନଙ୍କ ସୃଜନାଶୀଳତାର ଆଲୋକ ମାଧ୍ୟମରେ ଜିଲ୍ଲାର ଆଞ୍ଚଳିକ କଳା, ସଂସ୍କୃତି ଓ ଲୋକଜ ଐତିହ୍ୟକୁ ଜଗତ ସମ୍ମୁଖରେ ନେଇଯାଇଥିଲା। “ସୁରଭି” ହେଉଛି ଶିଶୁମାନଙ୍କ ହସ, ସ୍ବପ୍ନ ଓ ଭବିଷ୍ୟତକୁ ଉଜ୍ଜ୍ଵଳ କରୁଥିବା ଆହ୍ୱାନ ବୋଲି ସମସ୍ତେ ଏକମତ ହୋଇଥିଲେ

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande