
ଭଦ୍ରକ, ୩ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି’ - ୨୦୨୫ ସୋମବାର ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସଭାରେ ବ୍ଲକ ଶିକ୍ଷାଧିକାରିଣୀ ସୁଶ୍ରୀ ସୂର୍ଯ୍ୟଶିଖା ମହାନ୍ତି ସଭାପତିତ୍ୱ କରି କହିଥିଲେଯେ,ପିଲାମାନଙ୍କ ନିଜସ୍ୱ ପ୍ରତିଭାକୁ ଉନ୍ମୋଚିତ କରିବାରେ ସୁରଭି ସହାୟକ ହୋଇଥାଏ । ଏହି ସଭାରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ନିରଞ୍ଜନ ବାରିକ ଯୋଗଦେଇ ପିଲା ମାନଙ୍କର ସୁପ୍ତ ପ୍ରତିଭାକୁ ସୁରଭି ଜାଗ୍ରତ କରେବୋଲି କହିଥିବାବେଳେ ସବୁ ବର୍ଗ ଲୋକଙ୍କର ବିକାଶ ପାଇଁ ସରକାର ଯୋଜନା କରୁଛନ୍ତି ବୋଲି କହିଥିଲେ ।ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ କବି ହୃଦାନନ୍ଦ ପାଣିଗ୍ରାହୀ ଯୋଗଦେଇ ଆବେଗରୁ ହିଁ ସୃଜନଶୀଳତା ସୃଷ୍ଟି ହୋଇଥଏ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ସମ୍ମାନିତ ଅତିଥିଭାବେ ସିଆରଏସ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ରନାଥ ମିଶ୍ର, ଏବିଇଓ ଲଷ୍ମୀପ୍ରିୟା ମାଝୀ, ଅବସରପ୍ରାପ୍ତ ଏବିଇଓ ରତ୍ନାକର ସାହୁ,ଅବସରପ୍ରାପ୍ତ ବିଆରସିସି ଦାମୋଦର ଜେନା,ପାଟଣାସାହି କ୍ଲଷ୍ଟରର ସିଆରସିସି ଶ୍ରୀନାଥ ସେଠୀ,ସରପଂଚଙ୍କ ଶିକ୍ଷା ପ୍ରତିନିଧି ଅମୂଲ୍ୟ ସେନାପତି ଓ ହାଇସ୍କୁଲ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ମାହୁନ୍ତ ପ୍ରମୁଖ ଯୋଗଦେଉ ସୁରଭି ପିଲାମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରେବୋଲି କହିଥିଲେ । ଶିକ୍ଷକ ମନ୍ମଥ ନାଥ ଦାସ ସଭା ସଂଚାଳନ କରିଥିବା ବେଳେ ସିଆରସିସି କେଶବ ସାହୁ, ଦେବବ୍ରତ ଶତପଥୀ,ମାନସ ରାଉତ, ସସ୍ମିତା ମଞ୍ଜରୀ ନାୟକ, ପ୍ରଭାସ ପଣ୍ଡା, ଚନ୍ଦ୍ରଶେଖର ମୁଦୁଲି ,ଶିକ୍ଷକ ସରୋଜ ଓଝା ପ୍ରମୁଖ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ଛାତ୍ର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଥିଲେ । ଏହିସଭାରେ ଓଷ୍ଟା ବ୍ଲକ ସମ୍ପାଦକ ବିଶ୍ୱନାଥ ପଣ୍ଡା,ଅଧ୍ୟାପିକା ଉଷାରାଣୀ ଜେନା, ବ୍ଲକ ଶିକ୍ଷକ ସଂଘ ସଭାପତି ମାୟାଧର ସାହୁ,ସମ୍ପାଦକ ରମାକାନ୍ତ ଦାସ,ସଂଗଠନ ସମ୍ପାଦକ ଶ୍ରୀନଥ ମଲିକ,ଶିକ୍ଷକ ଦେବାଶିଷ ବିଶ୍ୱାଳ , ପ୍ରଧାନ ଶିକ୍ଷକ ବଂଶୀଧର ଜେନା , ଏନପିଏସ ଶିକ୍ଷକ ସଂଘ ସଭାପତି ପରମେଶ୍ୱର ମଲିକ ପ୍ରମୁଖ ଉପସ୍ଥିତଥିଲେ ।ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ବ୍ଲକ ସ୍ତରକୁ ମନୋନୀତ ହୋଇଥିବା ବରିଷ୍ଠ ବର୍ଗ ପ୍ରତିଯୋଗୀମାନଙ୍କ ମଧ୍ୟରେ ୧୧ଟି ଓ କନିଷ୍ଠ ବର୍ଗରେ ୧୦ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କ୍ଷ ସୁରଭି କାର୍ଯ୍ୟକ୍ରମରେ ସଙ୍ଗୀତ, ଗ୍ରୁପ ଡ୍ୟାନ୍ସ, ତର୍କ, କୁଇଜ, ଚିତ୍ରାଙ୍କନ, ପ୍ରବନ୍ଧ, ଉତମ ହସ୍ତାକ୍ଷର ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଜିଲାସ୍ତରକୁ ମନୋନୀତ କରାଯାଇଥିଲା । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସଭାରେ ବ୍ଲକ ଶିକ୍ଷାଧିକରିଣୀ ସୁଶ୍ରୀ ମହାନ୍ତି ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ଅତିରିକ୍ତ ତହସିଲଦାର ନାମିତା ଧଳ ଯୋଗଦେଉ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସମସ୍ତ କ୍ଲଷ୍ଟର ସିଆରସିସିଙ୍କ ସମେତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କାଇଥିଲେ । କାର୍ଯ୍ୟକ୍ରମ ସଫଳତା ପାଇଁ ବ୍ଲକ ଶିକ୍ଷାଧିକରିଣୀ ସୁଶ୍ରୀ ମହାନ୍ତି ସମସ୍ତ ସିଆରସିସି ,ପ୍ରଧାନ ଶିକ୍ଷକ ,ପ୍ରଧାନ ଶିକ୍ଷୟତ୍ରୀ ,ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ