ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପ୍ରସ୍ତୁତି ବୈଠକ
ସମ୍ବଲପୁର, ୦୪ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲାରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ୨୦୨୫ର ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁଯାୟୀ ନଭେମ୍ବର ୧୧ ଓ
ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ପ୍ରସ୍ତୁତି ବୈଠକ


ସମ୍ବଲପୁର, ୦୪ ନଭେମ୍ବର(ହି.ସ.) – ସମ୍ବଲପୁର ଜିଲ୍ଲାରେ ହେବାକୁ ଥିବା ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ୨୦୨୫ର ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁଯାୟୀ ନଭେମ୍ବର ୧୧ ଓ ୧୨ ତାରିଖରେ ଧନକଉଡା ବ୍ଲକର ବିଏସଏସ. ଷ୍ଟାଡିୟମ୍‌, ବାମରା ବ୍ଲକର ମିନି ଷ୍ଟାଡିୟମ୍ ଠାରେ, ନଭେମ୍ବର ୧୩ ଓ ୧୪ ତାରିଖରେ ନାକଟିଦେଉଳ ବ୍ଲକର ନୂଆ ମିନି ଷ୍ଟାଡିୟମ୍ ଠାରେ, ରେଢ଼ାଖୋଲ ବ୍ଲକର ମିନି ଷ୍ଟାଡିୟମ୍‌, ମାନେଶ୍ୱର ବ୍ଲକର ବିଏସଏସ. ଷ୍ଟାଡିୟମ୍ ଠାରେ, ନଭେମ୍ବର ୧୭ ଓ ୧୮ ତାରିଖରେ ଜମନକିରା ବ୍ଲକର ଷଣ୍ଢପଥର ପଡିଆ ଠାରେ, ରେଙ୍ଗାଲି ବ୍ଲକର ରାମ୍ପେଲା ସ୍ଥିତ ମିନି ଷ୍ଟାଡିୟମ୍‌, ଯୁଜୁମୁରା ବ୍ଲକର ଫୁଲଝରଣ ସ୍ଥିତ ପାର୍ବତୀ ଗିରି କଲେଜ ପଡିଆ ଠାରେ, ନଭେମ୍ବର ୧୯ ଓ ୨୦ ରେ କୁଚିନ୍ଦା ବ୍ଲକର କୁଚିନ୍ଦା କଲେଜ ପଡିଆ ଠାରେ ବ୍ଲକ୍ ସ୍ତରୀୟ ସଂସଦ ଖେଳ ମହୋତ୍ସବ–୨୦୨୫ ଅନୁଷ୍ଠିତ ହେବ। ସମ୍ବଲପୁର ଜିଲ୍ଲାର ସମସ୍ତ ବ୍ଲକ୍‌ର ଯୁବକ, ଯୁବତୀ, ବିଦ୍ୟାର୍ଥୀ ଓ କ୍ରୀଡ଼ାପ୍ରେମୀଙ୍କୁ ଏହି ମହୋତ୍ସବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଅଂଶଗ୍ରହଣ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ ନଭେମ୍ବର ୧୭ ପର୍ଯ୍ୟନ୍ତ କରାଯିବ ବୋଲି ଆଜିର ବୈଠକରେ ସୂଚୀତ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande