


ବଲାଙ୍ଗିର, 4 ନଭେମ୍ବର (ହି.ସ.) ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଦ୍ୟାଳୟରେ ସାଇବର ର ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସାଇବର ଥାନା ଅଧିକାରୀ ଭାରତୀ ନାଏକଙ୍କ ଙ୍କ ଧ୍ଯକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଡ.ଅରବିନ୍ଦ ଝା ଓ ବଲାଙ୍ଗିର ବ୍ୟାଙ୍କ ଅଫ୍ ବରୋଦା ଶାଖା ପରିଚାଳକ ଦୀନମଣି ପଟେଲ ଯୋଗଦେଇ ଛାତ୍ରୀଙ୍କୁ ସାଇବର ଠକେଇରୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ । ଥାନା ଅଧୂକାରୀ ଶ୍ରୀମତୀ ନାଏକ ବିଭିନ୍ନ ପ୍ରକାର ସାଇବର ଅପରାଧ ଓ ଠକେଇର ଉଦାହରଣ ଦେବା ସହ ସତର୍କ ରହିଲେ ଠକେଇରୁ ସୁରକ୍ଷିତ ରହିପାରିବା ନେଇ ଛାତ୍ରୀଙ୍କୁ ସଚେତନ କରିଥିଲେ । ମାସ୍କେଟ୍ ସାଏରା ସଭାମଞ୍ଚରେ ରଖାଯାଇଥିଲା । ଏହି ଅବସରରେ ସାଇବର ପୁଲିସ ପକ୍ଷରୁ ଛାତ୍ରୀଙ୍କୁ ସାଇବର ସଚେତନତା ଶପଥ ପାଠ କରାଯାଇଥିଲା । ତୁଷୁରା କୃଷ୍ଣପ୍ରିୟା କଳାପରିଷଦ ପକ୍ଷରୁ ସାନ-ବଡ଼ ଘୁଡ଼ୁକା ଦଳ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଙ୍କୁ ସାଇବର ଠକେଇରୁ ବର୍ଷିବାକୁ ସଚେତନ କରିଥିଲେ । କାର୍ଯ୍ୟକ୍ରମରେ ବଲାଙ୍ଗିର ସାଇବର ଥାନା ଏଏସ୍ଆଇ ମଧୁ ସାହୁ, କନ୍ଷ୍ଟେବ ଷ୍ଟବଲ ସୁଧାଂଶୁ °ଶୁ ପଟେଲ, ରିପନ୍ ମିଶ୍ର, ମୁକୁନ୍ଦ ବିଶି, ନେପାଳ ମହାନନ୍ଦ, ଧନୀରାମ ବାଗ, ମାନସୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ