
ବଲାଙ୍ଗୀର, ୦୪ ନଭେମ୍ବର(ହି.ସ.) – ବଲାଙ୍ଗୀର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉ ଥିବା ବେଳେ ନିଖୋଜ ହୋଇଯାଇ ଥିଲେ। ଯୁବକ ଜଣକ ସୁକ୍ତେଲ ଡ୍ୟାମରେ ବଣଭୋଜି କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ନିଖୋଜ ଥିବା ଯୁବକ ଜଣକ ଏକ ଫାଇନାନ୍ସ କମ୍ପାନୀ ସେଲ୍ସ ଏକ୍ଜିକ୍ୟୁଟିଭ ଭାବରେ କାମ କରନ୍ତି। ତାଙ୍କ ନାମ ପ୍ରୀୟାନ୍ସ ମଲ୍ଲିକ(୨୯)। ଯୁବକ ଗାଧୋଉଥିବା ବେଳେ ନିଖୋଜ ଥିବା ଖବର ପ୍ରକାଶ ହୋଇଥିଲା।
ପ୍ରିୟାନ୍ସ ରବିବାର ଫାଇନାନ୍ସ କର୍ମଚାରୀମାନଙ୍କ ସହିତ ଲୋୟର ସୁକ୍ତେଲ ପ୍ରକଳ୍ପକୁ ଭୋଜି କରିବାକୁ ଆସିଥିଲେ। ସୁକ୍ତେଲ ଡ୍ୟାମର ତଳ ପୋଲ ନିକଟରେ କିଛି ଯୁବକ ଗାଧୋଉଥିଲେ। ସେଠାରେ ପ୍ରୀୟାଂଶ ଗାଧୋଇବା ସମୟରେ ନଦୀ ସୁଅରେ ଭାସି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଗ୍ନିଶମ ବିଭାଗର ଏକ ଟିମ ମାଗୁରବେଡା ସୁକ୍ତେଲ ଡ୍ୟାମ ନିକଟରେ ପହଂଚି ରାତିରେ ଖୋଜାଖୋଜି କରିଥିଲେ। ଅଗ୍ନିଶମ ବିଭାଗ ଦୁଇ ଦିନ ଧରି ଖୋଜାଖୋଜି କଲାପରେ ନିଖୋଜ ଯୁବକଙ୍କୁ ଠାବ କରାଯାଇ ପାରି ନ ଥିଲା। ଆଜି ମଙ୍ଗଳବାର ସକାଳୁ ଲୋୟର ସୁକତେଲରେ ନଦୀ ମାଗୁର ବେଡ଼ା ଘାଟ ଠାରେ ମୃତ ଦେହ ଭାସୁ ଥିବା ଘୁଙ୍ଗି ଗାଁ ଲୋକେ ଦେଖିବାକୁ ପାଇଥିଲେ। ଗାଁ ଲୋକେ ପୋଲିସକୁ ସୂଚନା ଦେବା ପରେ ସଦର ପୋଲିସ ପହଂଚିିଥିଲା। ଅନ୍ୟପଟେ ନିଖୋଜ ଯୁବକଙ୍କ ପରିବାର ଲୋକେ ପହଂଚିିଛନ୍ତି କ୍ଷ ସେମାନେ ଚିହ୍ନଟ କଲା ପରେ ପୋଷ୍ଟମର୍ଟମ ପାଇଁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ପଠାଯିବ ବୋଲି ସଦର ଥାନା ଆଇଆଇସି ରାଜ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି। ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ