

ବଲାଙ୍ଗିର, 4 ନଭେମ୍ବର (ହି.ସ.)
ଆଜିର ଶିଶୁ ଆସନ୍ତାକାଲିର ନାଗରିକ ଓ ଭବିଷ୍ୟତ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଅନାଥ,ପିତୃ ହିନ ,ମାତୃ ହିନ ଶିଶୁ, ଏଚଆଇଭି ପୀଡ଼ିତା , ଯତ୍ନ ଓ ସୁରକ୍ଷା ଆବଶ୍ୟକ ହେଉଥିବା ଶିଶୁଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ପୃଷ୍ଟିକର ଖାଦ୍ୟ ପାଇଁ ୦ ରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ କିଶୋର ନ୍ୟାୟ ଆଇନ୍ ଅଧୀନରେ ଶିଶୁ ଗୃହରେ ରଖାଯାଇଥଏ ଏବଂ ଏମାନଙ୍କର ବୌଦ୍ଧିକ,ସାଂସ୍କୃତିକ,ଖେଳା ମାଧ୍ୟମରେ ଅନ୍ତର୍ନିହିତ ଶକ୍ତି କୁ ପ୍ରସ୍ଫୁଟିତ କରିବା ପାଇଁ ପ୍ରତିବର୍ଷ ପ୍ରତିଯୋଗିତା କରାଯାଇଥାଏ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସବଏହି ଉତ୍ସବ ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସବ-୨୦୨୫ ପାଳନ ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ପି ଆର୍ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ହଳଦିଆ ପତାକା ଦେଖାଇ ଉତ୍ ଘାଟନ କରିଥିଲେ ଉକ୍ତ ମଶାଲ ଶୋଭାଯାତ୍ରାରେ ବାଳିକା ବିଦ୍ୟାଳୟର ଓ ପି ଆର୍ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଦ୍ରମ୍ ବାଜା ମାଧ୍ୟମରେ ଆଦୃତ,ଗ୍ରାମ ମଙ୍ଗଳ ପାଠାଗାର ,ପାର୍ବତୀ ଗିରି ବାଳ ନିକେତନ,ଗୁରୁକୁଳ ସପ୍ତଶ୍ରୀ ସେବାଶ୍ରମ ,ଉତ୍କଳ ବଳ ଶ୍ରମ ଶିଶୁ ଗୃହ ଅନୁଷ୍ଠାନ ରୁ ର ୨୦୦ ରୁ ଉର୍ଦ୍ଧ ଶିଶୁ ଉପସ୍ଥିତ ଥିଲେ।ଏହାପରେ ଏହି କାର୍ଯ୍ୟକ୍ରମକୁ ପି ଆର୍ ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଡକ୍ଟର ଅନୁପମା ପ୍ରଧାନ ଙ୍କ ସଭାପତିତ୍ବରେ ଏକ ସଭା ଆରମ୍ଭ କରିଥିଲେ ଏବଂ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଓ ଉତ୍ସବ-୨୦୨୫ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲାପାଳ ଗୌରବ ଶିବାଜି ଇସଲ୍ ୱର ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ଶିଶୁ ମାନଙ୍କର କାର୍ଯକ୍ରମ କୁ ୨ ଦିନ ଧରି ଚାଲିବ ଜିଲ୍ଲା ସ୍ତରରୁ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଥିବା ଶିଶୁ ମାନଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ଥିବା କାର୍ଯ୍ୟକ୍ରମକୁ ପଠା ଯିବା ବୋଲି ଜଣାଇଥିଲେ।ଏହି ଅବସରରେ ଡେପୁଟି କଲେକ୍ଟର ପ୍ରଫୁଲ୍ଲ କୁମାର ମହାପାତ୍ର,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ,ଜିଲ୍ଲା ସଙ୍କୃତିକ ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର,ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ,ପି ଆର୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରି ସନ୍ତୋଶିନି ସେଠୀ,ଶିଶୁ ମଙ୍ଗଳ ସମିତିର ଲିନା ବାବୁ ଉପସ୍ଥିତ ରହି ସମସ୍ତ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ଗ୍ରହଣ କରିଥିଲେ।ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆଇନ୍ ପରିବିକ୍ଷକ ଅଧିକାରୀ ଦିଗମ୍ବର କର୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ