
ବଲାଙ୍ଗିର, 4 ନଭେମ୍ବର (ହି.ସ.)
,ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକରେ ବର୍ତ୍ତମାନ ଚାଷୀଙ୍କୁ ଘାରିଲାଣି ଦନ୍ତା ହାତୀ ଭୟ। ଚାଷୀ ବର୍ଷକ ଠାରେ ଖରିଫ ଋତୁରେ ଚାଷକରି ବର୍ଷକର ରୋଜଗାର ସହିତ ଖାଦ୍ୟ ସଂଗ୍ରହ କରିଥାଏ।ସେଥିରେ ପୁଣି ସାର,ବିଷ,ବିହନ ଓ କୃଷି ଯନ୍ତ୍ର ପାତୀ ଦ୍ଵାରା ଅନ୍ୟ ଲୋକଙ୍କ ଉପରେ ନିର୍ଭର କରିଥାଏ।କାଲି ଠୁ ଏକ ଗୋଠ ଛଡ଼ା ଦନ୍ତା ହାତୀ ପଶି ଆସିଛି ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ୍ ର ସାଲେଭଟା ଫରେଷ୍ଟ ଅଫିସ ର ବଦଟିକା ଅଞ୍ଚଳକୁ ଏବଂ ଏହି ଦନ୍ତା ହାତୀ ରୁଗୁଡ଼ିଖାଲ,ନେଗି ପାଲି, ବାଦିବାହାଲ ଗ୍ରାମରୁ ସୋନ୍ ପୁର ଅଞ୍ଚଳର ରାମେଇ ପାହାଡ ଚହଟା ଖୋଲ ରେ ହାତୀ ରହିଛି।ତେଣୁ ଚାଷୀମାନେ ବର୍ତ୍ତମାନ ଚିନ୍ତାରେ ପଡ଼ି ଯାଇଛନ୍ତି ଧାନ ଅମଳ ସମୟ ହୋଇ ଆସିଲାଣି,ଆହୁରି ମଧ୍ୟ ପ୍ରତିବର୍ଷ ଏ ଅଞ୍ଚଳକୁ ହାତୀ ଆକ୍ରମଣରେ ଅନେକ ଚାଷୀଙ୍କ ଜୀବନ ମଧ୍ୟ ହରାଇଛନ୍ତି,ଧାନ ମଧ୍ୟ ନଷ୍ଟ କରିଦିଅନ୍ତି।ଏଣୁ ବେଲ ଥାଉ ଥାଉ ବନ ବିଭାଗ ସଜାଗ ରହି ହାତୀକୁ ଘଉଡ଼ାଇବାକୁ ସକ୍ଷମ ହେଲେ ଚାଷୀ ଖୁସି ହୁଅନ୍ତେ ବୋଲି ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ