
ଗଂଜାମ, 4 ନଭେମ୍ବର (ହି.ସ.)
କାର୍ତ୍ତିକ ମାସ ପୁଣ୍ୟ ଓ କୀର୍ତ୍ତିର ମାସ ତତସହିତ ସାମାଜିକ ଏବଂ ପରିବେଶ କାରଣରୁ ମଧ୍ୟ ଏ ମାସର ମାହାତ୍ମ୍ୟ ଏବଂ ସ୍ବତନ୍ତ୍ରତା ରହିଛି ବୋଲି କଳିଙ୍ଗ ସାହିତ୍ୟ ସମାଜର ମାସିକ ସାହିତ୍ୟ ଆସର ଅବସରରେ କୁହାଯାଇଛି। ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କଳିଙ୍ଗ ସାହିତ୍ୟ ସମାଜର ମାସିକ ସାହିତ୍ୟ ଆସର ଉପସଭାପତି ଡ଼ ବନମାଳୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଧରାକୋଟ ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶିକ୍ଷାବିତ ସାହିତ୍ୟିକ ସୁଜିତ କୁମାର ପଣ୍ଡା , ଯୋଗଦାନ କରି ଆସରକୁ ଉଦ୍ଘାଟନ କରିଥିଲେ। ସଂଗଠନ ସମ୍ପାଦକ ଦିନବନ୍ଧୁ ଶ୍ରୀପଲ୍ଲବ ଅତିଥି ଆବାହନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ କବୟିତ୍ରୀ ତଥା ଗାଳ୍ପିକା ଶ୍ରୀମତୀ ସ୍ଵର୍ଣ୍ଣମୟୀ ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଭିକାରୀ ଚରଣ ମହାପାତ୍ର, ଶରତ ଚନ୍ଦ୍ର ଦାସ, ବିରୁପାକ୍ଷ ଦାଶ, କୁମାର କାର୍ତ୍ତିକେଶ୍ବର ପ୍ରଧାନ, ମନୋରଞ୍ଜନ ପାଣିଗ୍ରାହୀ, ଡ଼ ହୃଷିକେଶ ପଣ୍ଡା, ଅନୁପ କୁମାର ମିଶ୍ର, ଡ଼ କୁଳମଣି ଓଝା,ମହମ୍ମଦ ଆସଲାମ୍, ସୁରେଶ ଚନ୍ଦ୍ର ତ୍ରିପାଠୀ, ସୁଚେତା ପାଣିଗ୍ରାହୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ କାର୍ଯ୍ୟାଳୟ ସମ୍ପାଦକ ନଳିନୀ କୁମାର ଗୌଡ ପରିଚାଳନା ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ