
ନୂଆପଡ଼ା/ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସରକାର ଙ୍କ ଗଣଶିକ୍ଷା ତଥା ଆଦିବାସି ବ୍ୟାପାର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କୋମନା ବ୍ଲକ କୁରୁମପୁରି ରେ ନିର୍ବାଚନୀ ପ୍ରଚାର କରିଥିଲେ । ପ୍ରଥମେ ସେଠାରେ ଭାରତୀୟ ଜନତା ପାର୍ଟିର ଶକ୍ତି କେନ୍ଦ୍ର କାର୍ଯ୍ୟଳୟ ଉଦଘାଟନ କରିଥିଲେ । ଏହି ଅବସରରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ମିଶିବା ଏବଂ ଉପ ନିର୍ବାଚନରେ ବିଜୟ ହାସଲ କରିବା ଦିଗରେ ଆହୁରି ଶକ୍ତି ପ୍ରଦର୍ଶନ କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ପରେ ଘର ଘର ବୁଲି ପ୍ରଚାର ପତ୍ର ବାଣ୍ଟି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଧାୟକ ବିଭୁତି ଭୂଷଣ ପ୍ରଧାନ,ଗୌରୀ ଶଙ୍କର ମଝି ଙ୍କ ସମେତ ସ୍ଥାନୀୟ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା