
ଭଦ୍ରକ, ୪ ନଭେମ୍ବର (ହି.ସ.) - ଭଦ୍ରକ ଜିଲା ଧାମରା ବଜାର ଠାରେ ଥିବା ୨ଟି ଦୋକାନରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବଜାର ଠାରେ ଥିବା ମହେନ୍ଦ୍ର ବାରିକଙ୍କ ସେଲୁନରେ ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଧାମରା ଦମକଳ ବାହିନୀକୁ ଖବର ଦିଆଯିବା ପରେ ଦମକଳ ବାହିନୀ ଆସି ତୁରନ୍ତ ନିଆଁକୁ ଆୟତ କରିଥିଲେ ମାତ୍ର ସଂପୃକ୍ତ ସେଲୁନ ଟି କ୍ଷତିଗ୍ରସ୍ଥ ହୋଇଥିବା ବେଳେ ପାଖରେ ଥିବା ଅନ୍ୟ ଏକ ହାଡୱାର ଦୋକନ ଟି ମଧ୍ୟ ଏହି ନିଆଁ ଧାସରେ କ୍ଷତିଗ୍ରସ୍ଥ ହୋଇଛି। ତୁରନ୍ତ ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବୀ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ