
ସମ୍ବଲପୁର, ୦୪ ନଭେମ୍ବର(ହି.ସ.) – ବୁର୍ଲା ଭିମସାର ଠାରେ ଜାତୀୟ ଚିକିତ୍ସକ ଅନୁଷ୍ଠାନ(ଏନ୍ଏମ୍ଓ) ପକ୍ଷରୁ ସେବା ଭାବନା ଜାଗ୍ରତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ରାଷ୍ଟ୍ରୀୟ ସଭାପତି ଡା. ଚନ୍ଦ୍ରଭାନୁ ତ୍ରିପାଠୀ ଯୋଗ ଦେଇ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବାରେ ଯୁବ ଡାକ୍ତରଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଭିମସାରର ସୁନାମଧନ୍ୟ ଡାକ୍ତର ସଞ୍ଜିବ କୁମାର ମିଶ୍ର ସେବା, ସଂସ୍କାର ଓ ସମର୍ପଣ ପ୍ରତି ସଙ୍ଗଠନର ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ଡା. ଗୋପେଶ୍ୱରୀ ହୋତା ଓ ଡା. ସୁଜାତା ପଣ୍ଡା ଯୋଗ ଦେଇ ସଙ୍ଗଠନର ଦୃଷ୍ଟିକୋଣ, ଲକ୍ଷ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଡାକ୍ତରଙ୍କ ମଧ୍ୟରେ ଜାତୀୟ ଏକତା ଓ ବୃତିଗତ ଦାୟିତ୍ୱର ମନୋଭାବକୁ ପ୍ରୋତ୍ସାହିତ କରିଥିଲା।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ