
ବାରାବଙ୍କି, 4 ନଭେମ୍ବର (ହି.ସ.)-ଉତ୍ତର ପ୍ରଦେଶର ବାରାବାଙ୍କି ଜିଲ୍ଲାରେ ବିଠୁରୁ
ଫେରୁଥିବା ଗୋଟିଏ ପରିବାର ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ସହ
ମୋଟ ଛଅ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଓ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ
ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଛି। ସୂଚନା ମିଳିବା ସହିତ ଜିଲ୍ଲାଧିକାରୀ
ଓ ପୁଲିସ ଅଧିକାରୀ ସହିତ ବରିଷ୍ଠ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ।
ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀମାନଙ୍କ ଅନୁସାରେ,
ଏହି ଦୁର୍ଘଟଣା ରାତି ପ୍ରାୟ 12ଟା ସମୟରେ ଜିଲ୍ଲାର
ଦେଵା ଥାନା ଅନ୍ତର୍ଗତ କୁତଲୁପୁର ଗାଁ ନିକଟରେ ଘଟିଥିଲା। ଏର୍ଟିଗା
କାରରେ ନମ୍ବର ପ୍ଲେଟ ଲାଗି ନଥିଲା। କାରରେ ସାରିଥିବା ଲୋକମାନେ ଫତେହପୁର କସ୍ବାର ବସିନ୍ଦା
ଥିଲେ। ସେମାନେ ସେହି କସ୍ବାର ଗୋଟିଏ ଯୁବକଙ୍କ କାର ବୁକ୍ କରି ବିଠୂର ଗଙ୍ଗାସ୍ନାନ ପାଇଁ
ଯାଇଥିଲେ। ରାତିରେ ଫେରୁଥିବା ସମୟରେ ଫତେହପୁର–ବାରାବାଙ୍କି
ମାର୍ଗରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ କାରର ଆଗ ଅଂଶ ସଂପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି।
ଦେଵା କୋତୱାଲି ପ୍ରଭାରୀ ଅଜୟ
କୁମାର ତ୍ରିପାଠୀ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ମୃତକମାନଙ୍କ ଠିକଣା ବାହାର
କରିବାକୁ ଚେଷ୍ଟା ଚାଲିଛି। ଜିଲ୍ଲାଧିକାରୀ ଶଶାଙ୍କ ତ୍ରିପାଠୀ ଓ ପୁଲିସ ଅଧିକାରୀ ଅର୍ପିତ ବିଜୟବର୍ଗୀୟ
ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଥିଲେ ଓ ଆହତମାନଙ୍କୁ ଭଲ ଚିକିତ୍ସା ଦେବାକୁ ନିର୍ଦ୍ଦେଶ
ଦେଇଥିଲେ। ପୁଲିସ ଅଧିକାରୀ ଅର୍ପିତ ବିଜୟବର୍ଗୀୟ କହିଛନ୍ତି ଯେ ଆହତମାନଙ୍କୁ ଉତମ ଚିକିତ୍ସା
ସୁବିଧା ଦିଆଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା