ମୋର ବୁଥ, ସବୁଠୁ ମଜବୁତ- ବିହାରର ମହିଳାଙ୍କ ସହ ସିଧା ସଂବାଦ କରିବେ ପିଏମ ମୋଦି
ପାଟଣା, 4 ନଭେମ୍ବର (ହି.ସ.)- ବିହାରର ନିର୍ବାଚନୀ ପରିସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଭାବେ ମହିଳାମାନଙ୍କ ସହିତ ସଂବାଦ କରିବେ। ‘ମୋର ବୁଥ, ସବୁଠାରୁ ଶକ୍ତିଶାଳୀ–ମହିଳା ସଂବାଦ’ ଅଭିଯାନ ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦ୍ୱିପ୍ରହ ୩:୩୦
ମୋର ବୁଥ, ସବୁଠୁ ମଜବୁତ- ବିହାରର ମହିଳାଙ୍କ ସହ     ସିଧା ସଂବାଦ କରିବେ ପିଏମ ମୋଦି


ପାଟଣା, 4 ନଭେମ୍ବର (ହି.ସ.)- ବିହାରର ନିର୍ବାଚନୀ ପରିସ୍ଥିତିରେ ଆଜି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଭାବେ ମହିଳାମାନଙ୍କ ସହିତ ସଂବାଦ କରିବେ। ‘ମୋର ବୁଥ, ସବୁଠାରୁ

ଶକ୍ତିଶାଳୀ–ମହିଳା ସଂବାଦ’ ଅଭିଯାନ ଅଧୀନରେ

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦ୍ୱିପ୍ରହ ୩:୩୦ରେ ନମୋ ଆପ୍ ମାଧ୍ୟମରେ ବିହାରର ମାଆ ଓ ଭଉଣୀମାନଙ୍କ

ସହ ଯୋଡ଼ିହେବେ। ଏହି ସଂବାଦକୁ ଭାରତୀୟ ଜନତା ପାର୍ଟିର ଦେଶବ୍ୟାପୀ ବୁଥ ସଶକ୍ତିକରଣ ଅଭିଯାନର

ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଧରାଯାଉଚି ।

ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ସହ ସଂବାଦ ମାଧ୍ୟମରେ

କେବଳ ସଂଗଠନର ଭୂମିସ୍ତରର ଶକ୍ତିକରଣକୁ ଗୁରୁତ୍ୱ ଦେବେ ନୁହେଁ, ସେହି ସହିତ

ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମୋର୍ଚ୍ଚା (ଏନଡିଏ)ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନା—ଉଜ୍ଜ୍ୱଳା, ଜନଧନ, ମାତୃତ୍ୱ ଯୋଜନା, ଆୟୁଷ୍ମାନ ଭାରତ ଓ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା—ପରି ପ୍ରୟାସମାନଙ୍କ ସଫଳତା ମଧ୍ୟ ଆଲୋଚନା କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande