ସମ୍ବିଧାନ ଦିବସରେ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଅନାବରଣ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦୁଝର, 5 ନଭେମ୍ବର (ହି.ସ.) ଘସିପୁରା ବ୍ଲକ ତରୁଆଁ ଗ୍ରାମ ପଞ୍ଚାୟତ ବଣିଆପଶି କମ୍ୟୁନିଟି ସେଣ୍ଟର ଠାରେ ଭୀମ ଆର୍ମି ଭାରତ ଏକତା ମିଶନ ଘସିପୁରା ବ୍ଲକ ସଭାପତି ରଶ୍ମିରଂଜନ ଜେନାଙ୍କ ତତ୍ବାବଧାନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ଆସନ୍ତା ୨୬ ତାରିଖ ନଭେମ୍ବର ମାସ ସମ୍ବିଧାନ ଦିବସ ପ
ସମ୍ବିଧାନ ଦିବସରେ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଅନାବରଣ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦୁଝର, 5 ନଭେମ୍ବର (ହି.ସ.) ଘସିପୁରା ବ୍ଲକ ତରୁଆଁ ଗ୍ରାମ ପଞ୍ଚାୟତ ବଣିଆପଶି କମ୍ୟୁନିଟି ସେଣ୍ଟର ଠାରେ ଭୀମ ଆର୍ମି ଭାରତ ଏକତା ମିଶନ ଘସିପୁରା ବ୍ଲକ ସଭାପତି ରଶ୍ମିରଂଜନ ଜେନାଙ୍କ ତତ୍ବାବଧାନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ଆସନ୍ତା ୨୬ ତାରିଖ ନଭେମ୍ବର ମାସ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ତରୁଆଁ ଗ୍ରାମ ରେ ଭାରତରନୂ ଡଃ. ଭୀମ ରାଓ ଆମ୍ବେଦକର ଙ୍କ ନବ ନିର୍ମିତ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟ ରେ ପହଁଚିଛି। ଏହି ପ୍ରତିମୂର୍ତ୍ତି କୁ ସମ୍ବିଧାନ ଦିବସ ଅବସରରେ ଉନ୍ମୋଚନ କରିବା ପାଇଁ ଭୀମ ଆର୍ମି ଘସିପୁରା ବ୍ଲକ ର ସଂଗଠକ ମାନେ ସ୍ଥିର କରିଥ‌ିବା ବେଳେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମ୍ବିଧାନ ନିର୍ମାତା ଙ୍କ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ କୁ ବହୁ ଆଡମ୍ବର ସହ ଆ ଆୟୋଜନ କରିବା ସହ ବାଇକ ଶୋଭାଯାତ୍ରା ମାଧ୍ଯମ ରେ ସମ୍ବିଧାନ ସଚେତନତା ଯାତ୍ର ମଧ୍ୟ କରିବା ପାଇଁ ଏହି ବୈଠକ ରେ । ସ୍ଥିର ହୋଇଥୂଲା ଏଥିରେ ଭୀମ ଆର୍ମି କେନ୍ଦୁଝର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା, ଘସିପୁରା ବ୍ଲକ ସଭାପତି ରଶ୍ମି ରଶ୍ମିରଂଜନ ଜେନା, ବ୍ଲକ ସଂଯୋଜକ ବାଇଧର ଜେନା, ମିଡ଼ିଆ ସଂଯୋଜକ ବିଜୟ ଜେନା, କୋଷାଧକ୍ଷ ଚନ୍ଦ୍ରକାନ୍ତ ଜେନା, ମହିଳା ନେତ୍ରୀ ଯମୁନା ଜେନା, କେଶବ ଜେନା, ନରେନ୍ଦ୍ର ଜେନା, ଲୋକନାଥ ଜେନା, ସନ୍ତୋଷ ଜେନା, ମାୟାଧର ଜେନା, ଶତ୍ରୁଘନ ଜେନା, ବିରସେନ ଜେନା, ଜଳଧର ଜେନା ଏବଂ ବୁଦ୍ଧିଯିବିମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande