ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ବର୍ଷା ନୃତ୍ୟ, ସଂଗୀତ ଓ ଅଭିନୟ ଅନୁଷ୍ଠାନର ପାଂଚ ଜଣ ନୃତ୍ୟ ଶିଳ୍ପୀ ଅପୂର୍ବ ସଫଳତା
କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – କଟକର ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଅନୁଷ୍ଠିତ ହୋଇଯାଇଥିବା ସର୍ବଭାରତୀୟ ନୃତ୍ୟ ସମାରୋହରେ କେନ୍ଦୁଝରର ସର୍ବ ପୁରାତନ ବର୍ଷା ନୃତ୍ୟ, ସଂଗୀତ ଓ ଅଭିନୟ ଅନୁଷ୍ଠାନର ପାଂଚ ଜଣ ନୃତ୍ୟ ଶିଳ୍ପୀ ଯୋଗ ଦେଇ ଅପୂର୍ବ ସଫଳତା ପାଇ ପ୍ରଶଂସା ସାଉଁଟିଛନ୍ତି। ଦେଶ ସାରାର
ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ବର୍ଷା ନୃତ୍ୟ, ସଂଗୀତ ଓ ଅଭିନୟ ଅନୁଷ୍ଠାନର ପାଂଚ ଜଣ ନୃତ୍ୟ ଶିଳ୍ପୀ ଅପୂର୍ବ ସଫଳତା


କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – କଟକର ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଅନୁଷ୍ଠିତ ହୋଇଯାଇଥିବା ସର୍ବଭାରତୀୟ ନୃତ୍ୟ ସମାରୋହରେ କେନ୍ଦୁଝରର ସର୍ବ ପୁରାତନ ବର୍ଷା ନୃତ୍ୟ, ସଂଗୀତ ଓ ଅଭିନୟ ଅନୁଷ୍ଠାନର ପାଂଚ ଜଣ ନୃତ୍ୟ ଶିଳ୍ପୀ ଯୋଗ ଦେଇ ଅପୂର୍ବ ସଫଳତା ପାଇ ପ୍ରଶଂସା ସାଉଁଟିଛନ୍ତି। ଦେଶ ସାରାରୁ ଶହ ଶହ ନୃତ୍ୟ ଶିଳ୍ପୀ ଏହି ସମାରୋହରେ ଯୋଗ ଦେଇଥିଲେ।

କେନ୍ଦୁଝର ନୃତ୍ୟ ଶିଳ୍ପୀମାନେ ପାରମ୍ପରିକ ଓଡିଶୀ ନୃତ୍ୟ ସହ ଆଂଚଳିକ ଓ ଆଦିବାସୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ବିଶିଷ୍ଟ ଶିଳ୍ପୀ ତଥା ବିଜ୍ଞ ଜଜ ମାନେ ଏହିସବୁ ନୃତ୍ୟ ଦେଖ୍ ବିମୋହିତ ହୋଇ ଖୁବ ଉଚ୍ଚ ପ୍ରଶଂସା କରିଥିଲେ। ନୃତ୍ୟ ଶ୍ରୀ ସ୍ମୃତି ରେଖା ନାୟକ, ଗୁରୁ ଦାସ ଓ ଶ୍ୱେତା ଦାସ ନୃତ୍ୟ ନିର୍ଦ୍ଦେଶନା ଦେଇ ମାର୍ଗଦର୍ଶନ କରିଥିଲେ। ସମାରୋହରେ ନୃତ୍ୟ ଶିଳ୍ପୀ ମାନଙ୍କୁ ନୃତ୍ୟ ଶ୍ରୀ ଓ ଗୁରୁମାନଙ୍କୁ ନୃତ୍ୟ ରନୂ ସମ୍ମାନ ପ୍ରଦାନ କରାଯାଇଥୂଲା। ଜୀବନ ବ୍ୟାପୀ ନୃତ୍ୟ ସଂଗୀତ ଓ କଳାର ବିକାଶ ଲାଗି ନିଜ ଜୀବନ ଉତ୍ସଗ କରିଥିବା ଗୁରୁ ଶ୍ରୀ ଗୁରୁ ଦାସଙ୍କୁ ବିଶେଷ ଭାବେ ଧନ୍ୟବାଦ ଅର୍ପଣ କରି ସମ୍ମାନୀତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande