ଚାଷୀ ସାଂସଦଙ୍କୁ ଚିଠି ଲେଖିବାକୁ ବାଧ୍ୟ କରିଛନ୍ତି - ବିଜେଡି
ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ସାଂସଦ ପ୍ରଦୀପ ପୁରୋହିତଙ୍କ ଚିଠିକୁ ନେଇ ବିଜେଡି ଅଭିଯୋଗ କରିଛି କ୍ଷଙ୍କ ବିଜେଡି ଯେଉଁ କଥା ବାରମ୍ବାର କହି ଆସୁଥିଲା ଆଜି ସେ କଥା ପ୍ରମାଣିତ ହୋଇଛି। ବରଗଡ଼ ଓ ଝାରସୁଗୁଡ଼ା ଚାଷୀ ଚିଠି ଲେଖିବାକୁ ବାଧ୍ୟ କରି ଦେଇଛନ୍ତି। ବାସ୍ତବତା ସାଙ୍ଗରେ ବିଜେପି ସାଂସଦ ପ୍ରଦୀପ
ଚାଷୀ ସାଂସଦଙ୍କୁ ଚିଠି ଲେଖିବାକୁ ବାଧ୍ୟ କରିଛନ୍ତି - ବିଜେଡି


ଭୁବନେଶ୍ୱର, ୦୫ ନଭେମ୍ବର (ହି.ସ)- ସାଂସଦ ପ୍ରଦୀପ ପୁରୋହିତଙ୍କ ଚିଠିକୁ ନେଇ ବିଜେଡି ଅଭିଯୋଗ କରିଛି କ୍ଷଙ୍କ ବିଜେଡି ଯେଉଁ କଥା ବାରମ୍ବାର କହି ଆସୁଥିଲା ଆଜି ସେ କଥା ପ୍ରମାଣିତ ହୋଇଛି। ବରଗଡ଼ ଓ ଝାରସୁଗୁଡ଼ା ଚାଷୀ ଚିଠି ଲେଖିବାକୁ ବାଧ୍ୟ କରି ଦେଇଛନ୍ତି। ବାସ୍ତବତା ସାଙ୍ଗରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ ସହମତ। ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ ୫ ହଜାର ରୁ ଅଧିକ ଚାଷୀ ପଞ୍ଜିକରଣରୁ ବଂଚିତ ହୋଇଥିବା ନେଇ ବିଜେପି ସାଂସଦ ଚିଠିରେ ଉଲ୍ଲେଖ କରିଛନ୍ତି। ଯଦି ଗୋଟିଏ ସଂସଦୀୟ କ୍ଷେତ୍ରରୁ ୫ ହଜାର ଚାଷୀ ପଞ୍ଜିକରଣରୁ ବଂଚିତ ହୋଇଛନ୍ତି ଅନ୍ୟ ଜିଲ୍ଲାର ସ୍ଥିତି କଣ? ବିଜେଡ଼ିକୁ ମୁଖ୍ୟମନ୍ତ୍ରୀ ଭୁଆଁ ବୁଲାଉଥିଲେ କିନ୍ତୁ ନିଜ ଦଳର ସାଂସଦ ମୁହଁ ଖୋଲିବା ସବୁ କିଛି ସ୍ପଷ୍ଟ କରିଛି। ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ବିଜେଡି ପୁର୍ବରୁ ଅନେକ ବାର ଏହି ପ୍ରସଙ୍ଗ ଉଠାଇବା ସମାଧାନ କରିବା ପାଇଁ ଦାବି କରି ଆସୁଥିଲେ ବି ସରକାର ନୀରବ ଦ୍ରଷ୍ଟା। ସେହିପରି ମନ୍ଥା ବାତ୍ୟାରେ ବ୍ୟାପକ ଧାନ କ୍ଷୟକ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ଆସେସମେଂଟ ଆରମ୍ଭ ହୋଇ ପାରିଲାନି। ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande