ମାଲକାନଗିରି ରେ ନକଲି ଜାତିଗତ ପ୍ରମାଣ କାରୀଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ କଲା ବହୁଜନ ସମାଜବାଦୀ ପାର୍ଟି
ମାଲକାନଗିରି, ୫ ନଭେମ୍ବର (ହି.ସ.)-ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ନକଲି ଜାତିଗତ ପ୍ରମାଣ କାରୀଙ୍କ ସଂଖ୍ୟା ବଢୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏନେଇ ଆଜି ବହୁଜନ ସମାଜବାଦୀ ପାର୍ଟି ମାଲକାନଗିରି ଜିଲ୍ଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସାଙ୍ଘାତିକ ଅଭିଯୋଗ କରାଯାଇଛି। ଜିଲ୍ଲାର ଅନେକ
ମାଲକାନଗିରି ରେ ନକଲି ଜାତିଗତ ପ୍ରମାଣ କାରୀଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ କଲା ବହୁଜନ ସମାଜବାଦୀ ପାର୍ଟି


ମାଲକାନଗିରି, ୫ ନଭେମ୍ବର (ହି.ସ.)-ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ନକଲି ଜାତିଗତ ପ୍ରମାଣ କାରୀଙ୍କ ସଂଖ୍ୟା ବଢୁଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏନେଇ ଆଜି ବହୁଜନ ସମାଜବାଦୀ ପାର୍ଟି ମାଲକାନଗିରି ଜିଲ୍ଲା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସାଙ୍ଘାତିକ ଅଭିଯୋଗ କରାଯାଇଛି। ଜିଲ୍ଲାର ଅନେକ ଅଣ ଆଦିବାସୀ ଲୋକେ ନକଲି ଜାତିଗତ ପ୍ରମାଣ ପତ୍ର କରି ଅନେକ ପଦ ପଦବୀରେବ ଥିବା ନେଇ ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି। ଜିଲ୍ଲା ବହୁଜନ ସମାଜବାଦୀ ପାର୍ଟିର ସଭାପତି ଜରା ଶବର ମାଢିଙ୍କ ଅଭିଯୋଗ ଅନୁଯାୟୀ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ତାଙ୍ଗୁଲୁ ବାପାଙ୍କ ଜମି ପଟ୍ଟାରେ ସାଧାରଣ ବର୍ଗ ଦର୍ଶାଯାଇଥିବା ବେଳେ କିପରି ଜଣେ ଅଣ ଆଦିବାସୀ ମହିଳା ଆଦିବାସୀ ପ୍ରମାଣପତ୍ର ପାଇଲେ। ତାଙ୍କୁ ଏହି ଜାଲ ଜାତିଗତ ପ୍ରମାଣ ଦେଲା କିଏ ବୋଲି ପ୍ରଶ୍ନ କରିଛନ୍ତି। ସେ ଖୋଦ ଜାଲ ଜାତିଗତ ପ୍ରମାଣ ପତ୍ର ଦାଖଲ କରି ସମ୍ବିଧାନର ଶପଥ ନେଇ ଏକ ସାମ୍ବିଧାନିକ ପଦବୀରେ ଦୀର୍ଘ ବର୍ଷ ଧରି ରହିଛନ୍ତି। ଏହିଭଳି ପୂର୍ବରୁ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଅନେକ ଅଣ ଆଦିବାସୀ ବ୍ୟକ୍ତି ବିଭିନ୍ନ ସରକାରୀ ପଦବୀ ଏବଂ ରାଜନୈତିକ ପଦ ପଦବୀ ହାତେଇ ଥିବା ନଜୀର ରହିଛି ବୋଲି ଶ୍ରୀ ମାଢି ଅଭିଯୋଗ କରିଛନ୍ତି। ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। ଅପର ପକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସମାରୀ ଙ୍କୁ ଆମେ ଏସମ୍ପର୍କ ରେ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟା ରେ ଏହି ଅଭିଯୋଗ କୁ ଖଣ୍ଡନ କରି କହିଛନ୍ତି, ସେ କୌଣସି ନକଲି ଜାତିଗତ ସାର୍ଟିଫିକେଟ ଦାଖଲ କରି ସରକାରୀ ଫାଇଦା ନେଇ ନାହାନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦେଶ୍ୟ ମୂଳକ ଭାବେ ତାଙ୍କୁ ବଦନାମ କରାଯାଉଛି ବୋଲି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande