
କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – ଘସିପୁରା ବ୍ଲକ ତରୁଆଁ ଗ୍ରାମ ପଂଚାୟତ ବଣିଆପଶି କମ୍ୟୁନିଟି ହଲ ଠା ଠାରେ ଆଜି ମଦ ବିରୋଧୀ ସାମାଜିକ କର୍ମୀଙ୍କୁ ନେଇ ଭୀମ ଆର୍ମି ଭାରତ ଏକତା ମିଶନ ଦ୍ୱାରା ଏକ ବୈଠକ ଆୟୋଜିତ ହୋଇଥିଲା। ଏଥୂରେ ଉପଖଣ୍ଡ ତଥା ବାତୋ ଗ୍ରାମ ପଂଚାୟତ, ଗଡ଼ବନ୍ଦୋଗୋଡ଼ା ଗ୍ରାମ ପଂଚାୟତ, ଶାଳଦେଇ ଗ୍ରାମ ପଂଚାୟତ, ତରୁଆଁ ଗ୍ରାମ ପଂଚାୟତ ସହ ହାଟଡିହି ବ୍ଲକ ଏବଂ ଆନନ୍ଦପୁର ବ୍ଲକରୁ ବିଭିନ୍ନ ଅଂଚଳରୁ ମଦ ବିରୋଧୀ ଆନ୍ଦୋଳନକାରୀମାନେ ପହଂଚି ମଦ ପାଇଁ କିପରି ନାନାଦି ରୋଗ ମୁଖରେ ପଡ଼ି ଶଯ୍ୟାସାଇ ହୋଇ ଗରିବ ଲୋକମ ରାକମାନେ ପଡ଼ି ତାଙ୍କର ସଂସାର ଉଜୁଡି ଯାଉଛି ମଦ ନିଶାରେ ର ନିଜ ପରିବାର ଏବଂ ଶିଶୁଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅବହେଳ ପ୍ରତି ଅବହେଳା ଦେଖୁବାକୁ ମିଳୁଛି। ଗାଁ ଗାଁରେ ଗଣ୍ଡଗୋଳ ଚୋରି ସହ ମଦ୍ୟପଙ୍କ ଉତ୍ପାତ ପାଇଁ ସମାଜ ବିଶୃଙ୍ଖଳିତ ହେଇ ଯାଉଛି ବୋଲି ଆନ୍ଦୋଳନ କା କାରୀ ମାନେ ନିଜର ମତାମ ମତ ରଖୁବା ସହ ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନର ନିଷ୍କ୍ରିୟତା ପାଇଁ ଏହି ସବୁ ଚୋରା ମଦ ବେପାର ଭାଟି ଗୁଡ଼ିକ ଚାଲୁଥିବା ନେଇ ନିଜ ନିଜର ମତାମତ ଦେଇ କ୍ଷଭୋ ପ୍ରକାଶ କରିଥିଲେ। ଯଦି ଅବକାରୀ ବିଭାଗ। ଏଥୂପ୍ରତି ଦୃଷ୍ଟି । ନଦେଇ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କଲା ଆଗାମୀ ୧୮ ନଭେମ୍ବର ଦିନ ଆନନ୍ଦପୁ ନନ୍ଦପୁର ଉପଖଣ୍ଡ ଅବ ଅବକାରୀ ବିଭାଗ କାର୍ଯ୍ୟାଳୟ ଘେରା ଘେରାଉ କରାଯିବ ବୋଲି ଭୀମ ଆର୍ମିର ମଦ ବିରୋଧୀ ମଂଚ ପକ୍ଷରୁ ସୂଚନା ପ୍ରଦାନ ନ କରାଯାଇଛି। ଏହି ବୈଠକରେ ଭୀମ ଆର୍ମି ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା, ଘସିପୁରା ବ୍ଲକ ସଭାପତି ରଶ୍ମିରଂଜନ ଜେନା, ବ୍ଲକ ସଂଯୋଜକ ବିଜୟ ଜେନା, ଲୋକନାଥ ଜେନା, ସନ୍ତୋଷ ଜେନା, କେଶବ ଜେନା, ନରେନ୍ଦ୍ର ମଲ୍ଲିକ, ମାୟାଧର ଜେନା, ଶତ୍ରୁଘନ ଜେନା, ବିରସେନ ଜେନା, ଜଳଧର ଜେନା, ମନୀଷା ସ୍ୱାଇଁ, କୁମୁଦୁନି ଦାସ, ଯମୁନା ଜେନା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA