ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କୁ ପୁଣ୍ୟତିଥିରେ ସ୍ମରଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 05 ନଭେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କୁ ପୁଣ୍ୟତିଥିରେ ସ୍ମରଣ କରିଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମହାନ ସଙ୍ଗୀତଜ୍ଞ, କବି ଓ ‘ଭାରତ ରତ୍ନ’ ଡା. ଭୂପେନ ହଜାରିକା ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି
ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କୁ ପୁଣ୍ୟତିଥିରେ ସ୍ମରଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 05 ନଭେମ୍ବର (ହି.ସ.) କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କୁ ପୁଣ୍ୟତିଥିରେ ସ୍ମରଣ କରିଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମହାନ ସଙ୍ଗୀତଜ୍ଞ, କବି ଓ ‘ଭାରତ ରତ୍ନ’ ଡା. ଭୂପେନ ହଜାରିକା ଜୀଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ।

ତାଙ୍କ ସଙ୍ଗୀତ ଓ କବିତାରେ ମାନବୀୟ ସମ୍ବେଦନା, ସାମାଜିକତା ଓ ଉତ୍ତର–ପୂର୍ବ ଭାରତର ସାଂସ୍କୃତିକ ଐତିହ୍ୟର ଅଦ୍ୱିତୀୟ ସମନ୍ୱୟ ଦେଖିବାକୁ ମିଳେ।

ଭୂପେନ ହଜାରିକାଙ୍କ ଗୀତ କେବଳ ଅସମ ନୁହେଁ, ସମଗ୍ର ଭାରତରେ ଏକ ନୂଆ ଜାଗୃତି ଓ ଚେତନାର ସଞ୍ଚାର କରିଥିଲା।

ତାଙ୍କ କାବ୍ୟରଚନା ଓ ସଙ୍ଗୀତ ଭାରତୀୟ ସମାଜର ବିବିଧତା, ସଂସ୍କୃତି ଓ ସମ୍ବେଦନାର ଅମୂଲ୍ୟ ପ୍ରତୀକ ଭାବେ ଆମ ହୃଦୟରେ ସଦା ସଜୀବ ଅଟେ।

ତାଙ୍କ ସୃଜନୀୟ ରଚନାଗୁଡିକ ଆସନ୍ତା ପିଢ଼ିମାନଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande