
କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦିର ମାତୃ ଭାରତୀ ଓ କନ୍ୟା ଭାରତୀ ଦ୍ୱାରା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବୈତରଣୀ ନଦୀର ରାଜ ନଗର ଶବ୍ୟା ଘାଟ କାବେରୀ ତୀର୍ଥ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ସଂସ୍କୃତି ଗବେଷକ ଅକ୍ଷୟ ନାରାୟଣ ମିଶ୍ର ଉପସ୍ଥିତ ମାତୃ ମଣ୍ଡଳି ତଥା ଶିଶୁ ଏବଂ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କୁ କାବେରୀ ତୀର୍ଥର ବୈଶିଷ୍ଟ୍ୟ ତଥା ଉତ୍କଳୀୟ ପରମ୍ପରାରେ ନୈା ବାଣିଜ୍ୟ ଏବଂ କାର୍ତିକ ପୂର୍ଣ୍ଣିମାର ମହତ୍ୱ ବିଷୟରେ ମାର୍ଗ ଦର୍ଶନ କରିଥିଲେ। ଅବସରପ୍ରାପ୍ତ କୃଷି ଅଧିକାରୀ ହଳଧର ମହାନ୍ତ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA