ଫମ୍ପୁଣୀ ରେ ତାଲା ଭାଙ୍ଗି ୮ତୋଳା ସୁନା ଚୋରି
ଜୟପୁର, 5 ନଭେମ୍ବର (ହି.ସ.) ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଘରେ ପଶି ଚୋରି କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୭ଟା ସମୟରେ ଫାମ୍ପୁଣି ଗ୍ରାମ ମାଉଲଭଟ୍ଟା ସାହିର ପୂର୍ଣ୍ଣଚନ୍ଦ୍ର ବାଘ ତାଙ୍କ ଗ୍ରାମରେ ହେଉଥିବା ଅଲେଖ ମହିମା
ଫମ୍ପୁଣୀ ରେ ତାଲା ଭାଙ୍ଗି ୮ତୋଳା ସୁନା ଚୋରି


ଜୟପୁର, 5 ନଭେମ୍ବର (ହି.ସ.) ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଘରେ ପଶି ଚୋରି କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୭ଟା ସମୟରେ ଫାମ୍ପୁଣି ଗ୍ରାମ ମାଉଲଭଟ୍ଟା ସାହିର ପୂର୍ଣ୍ଣଚନ୍ଦ୍ର ବାଘ ତାଙ୍କ ଗ୍ରାମରେ ହେଉଥିବା ଅଲେଖ ମହିମା ଯଗ୍ୟ ଦେଖି ରାତି ସାଢେ ୧୦ଟାରେ ଘରକୁ ଫେରିବା ସମୟରେ ଦୁର୍ବୁତ୍ତ ମାନେ କବାଟ ଭାଙ୍ଗି ଥିବା ଦେଖିଥିଲେ। ତୁରନ୍ତ ଘର ଭିତରକୁ ଯାଇ ଦେଖିବା ସମୟରେ ଆଲମିରା ଭାଙ୍ଗି ୮ ତୋଳା ର ସୁନା ଅଳଙ୍କାର ଚୋରି କରିଥିବା ଦେଖିବାକୁ ପାଇଲେ। ତୁରନ୍ତ ସଦର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ସାଇଣ୍ଟିଫିକ ଦଳକୁ ଧରି ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରି ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande