
ଜୟପୁର, 5 ନଭେମ୍ବର (ହି.ସ.) ଜୟପୁର ପାରାବେଡା ନିକଟସ୍ଥ ଏକ ସପିଙ୍ଗ ମଲ ନିକଟରୁ ଏକ ମୋଟର ସାଇକଲ ଚୋରି ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସୁମିତ ବେହେରା ନାମକ ଜଣେ ଯୁବକ ପାରାବେଡା ଭିଟୁ ସପିଙ୍ଗ ମଲ ବାହାରେ ଏସଏଫ ଡିଲକ୍ସ ଗାଡି ରଖି ସପିଙ୍ଗ କରି ଫେରିବା ସମୟରେ ସେ ଗାଡି ଚୋରିହୋଇଥିବା ଦେଖିବାକୁ ପାଇଲେ। ନିକଟରେ ସମସ୍ତଙ୍କୁ ପଚାରା ଉଚୁରା କରିବା ପରେ ଗାଡି ନ ପାଇବାରୁ ସେ ଟାଉନଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ଟାଉନପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି